ଆଇଏନଟିୟୁସି ଓ ସିଆଇଟିୟୁ ପକ୍ଷରୁ କୃଷି ବିଲ ପ୍ରତ୍ୟାହାର ଓ କୃଷକ ଆନ୍ଦୋଳନ ସମର୍ଥନରେ ଭରଚୁଆଲ ବୈଠକ

       ବ୍ୟାସନଗର: ଆଜି ତା 26.6.21ରିଖ ଆଇଏନଟିୟୁସି କାର୍ଯ୍ୟାଳୟ ଠାରେ ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଆହ୍ୱାନକ୍ରମେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଆଇଏନଟିୟୁସିର ରାଜ୍ୟ ଉପସଭାପତି ତଥା ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଭରଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା ! କେନ୍ଦ୍ର ସରକାରଙ୍କ ଜିଦଖୋର ମନୋବୃତ୍ତି ଯୋଗୁଁ ଗତ ନଭେମ୍ବର 27ତାରିଖରୁ ଆଜି କୃଷକ ଆନ୍ଦୋଳନ 8ମାସରେ ପହଞ୍ଚିଛି ! ଇତି ମଧ୍ୟରେ ବହୁ କୃଷକ ନେତା ଓ କର୍ମୀ ଶହୀଦ ହୋଇଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ୧ ମିନିଟ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା ! ଏହି ସଭାରେ ସିଆଇଟିୟୁର ରାଜ୍ୟ ଉପ ସଭାପତି ପ୍ରଫୁଲ୍ଲ ନାୟକ, ଆଇଏନଟିୟୁସିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଘୁନାଥ ମାଝୀ, ସମ୍ପାଦକ ନୃସିଂହ ଚରଣ ପହି, ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ କୃଷି ସଂଯୋଜକ ବିଜୟ କୁମାର ବୋଇତାଇ, ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ, ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ଗଣ ମାଧ୍ୟମ ସଂଯୋଜକ ସତ୍ୟପ୍ରକାଶ କୁଅଁର, ମନରେଗା ସଂଯୋଜକ ପରୀକ୍ଷିତ ମଲ୍ଲିକ, ଯୁବ ନେତା ବିଚିତ୍ର ରାଉତ, ଶତ୍ରୁଘନ ମଲ୍ଲିକ, ବିଦ୍ୟାଧର ଜେନା, ମାଧବ ବେହେରା ଓ ଲଷ୍ମୀଧର ରଣା ପ୍ରମୁଖ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହିତ ଦେଶରେ 16 କୋଟିରୁ ଉର୍ଦ୍ଧ ଶ୍ରମିକ ବେକାର ହୋଇଯିବା, ପ୍ରତିରକ୍ଷା ବିଭାଗକୁ ଘରୋଇକରଣ କରି ଆଦାନୀ ଓ ଅମ୍ବାନୀଙ୍କ ହାତରେ ଟେକି ଦେବା, ମହାମାରୀ କରୋନା ସମୟରେ 44ଗୋଟି ଶ୍ରମ ଆଇନ ସଂଶୋଧନ କରି 4ଗୋଟି କୋର୍ଡ ନିଷ୍ପତିକୁ ପ୍ରତ୍ୟାହାର କରିବା, 8ଘଣ୍ଟା କାର୍ଯ୍ୟ ସମୟକୁ 12ଘଣ୍ଟା କରିବା ନିଷ୍ପତିକୁ ପ୍ରତ୍ୟାହାର କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ସମସ୍ତ ଅଣ ସଂଗଠିତ ଶ୍ରମିକଙ୍କ ଜମା ଖାତାରେ 7500ଟଙ୍କା 6ମାସ ପର୍ଯ୍ୟନ୍ତ ଯୋଗାଇଦେବା, ସମସ୍ତ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣାରେ ରାସନ ଯୋଗାଇ ଦେବା, ଟୀକାକରଣରେ କେନ୍ଦ୍ର ସରକାର ପାତର ଅନ୍ତର ନୀତି ଅବଲମ୍ବନ ନ କରି ଦେଶରେ ଏକକ ନୀତି ଲାଗୁ କରିବା ସମେତ ବିଭିନ୍ନ ଦାବି କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ସମାଧାନ କରିବାକୁ ବକ୍ତାମାନେ ଦାବି କରିଥିଲେ !
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close