ବନ୍ଦିତା ହେଲେ ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ, ବିଭିନ୍ନ ମହଲରୁ ସ୍ୱାଗତ

ବ୍ୟାସନଗର,୨୩/୬(ଉ.ନ୍ୟୁଜ୍ ବ୍ୟୁରୋ): ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ଗତ ୨୦୧୯ କୋରାଇ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଦଳର ପ୍ରାର୍ଥିନୀ ହୋଇଥିବା ବନ୍ଦିତା ପରିଡ଼ାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କର ଏହି ନିଯୁକ୍ତିକୁ ଅନୁମୋଦନ କରିଥିବାର କହିଛନ୍ତି ଶ୍ରୀମତୀ ପରିଡ଼ା । ଗତ କିଛି ମାସ ପୂର୍ବରୁ ସେ ଏହି ଦାୟିତ୍ୱ ଭାର ବହନ କରିଆସୁଥିଲେ ହେଁ ଆଜି ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦିଆଯାଇଛି । ସୂଚନାଯୋଗ୍ୟ, ଶ୍ରୀମତୀ ପରିଡ଼ା ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଓ ବିଶ୍ୱସ୍ଥ ଭାବେ ବେଶ ଜଣାଶୁଣା । ବ୍ୟାସନଗର ଭଳି ଏକ ପୈାରାଂଚଳରୁ ରାଜନୀତି କ୍ୟାରିଅର ଆରମ୍ଭ କରି ସେ ରାଜ୍ୟ ସ୍ତରୀୟ ଏକ ଜାତୀୟ ଦଳର ପ୍ରମୁଖ ମହିଳା ୱିଙ୍ଗ୍‌ର ସଭାପତି ହେବେ ଏ ଦକ୍ଷତା ତାଙ୍କ ପାଖରେ ଥିବାର ଆଭାସ ମିଳିଥିଲା । ତାଙ୍କର ସାଂଗଠନିକ ଦକ୍ଷତା, ଲୋକ ସଂର୍ପକ ସର୍ବୋପରି ବ୍ୟବହାର ଦିନେ ତାଙ୍କୁ ଏପରି ଗୁରୁ ଦାୟିତ୍ୱରେ ଅଧିସିକ୍ତ କରିବ ବୋଲି ଆଶା କରାଯାଉଥିଲା । ତାଙ୍କର ନୂତନ ପଦଭାରକୁ ନେଇ ବ୍ୟାସନଗର ଓ କୋରାଇ କଂଗ୍ରେସରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବହୁ ନେତା, ଶୁଭେଚ୍ଛୁ ଆଦି ଦଳମତ ନିର୍ବିଶେଷରେ ତାଙ୍କୁ ସ୍ୱାଗତ କରୁଥିବାର ଦେଖାଯାଉଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ଯୁବ ସମାଜସେବୀ ଟିକାୟତ ପାଲ ପ୍ରମୁଖ ତାଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close