ଆରପାରିରେ ଗୁଜୁରାଟ କ୍ୟାଡ଼ର ଓଡ଼ିଆ ଆଇ.ଏ.ଏସ ଅଧିକାରୀ ଡ଼ଃ. ଗୁରୁପ୍ରସାଦ ମହାପାତ୍ର; ପ୍ରଧାନ ମନ୍ତ୍ରୀ, ଗୁଜୁରାଟ ମୁଖ୍ୟମନ୍ତୀଙ୍କ ଶୋକ

ଭୁବନେଶ୍ୱ୍ୱର,୧୯/୬: ଓଡ଼ିଶା ପାଇଁ ଆଜି ଏକ ବଡ଼ କ୍ଷତିର ଦିନ । ୨ଜଣ ବରିଷ୍ଠ ତଥା ଜାତୀୟ ସ୍ତରରେ ନାମକରା ଅଧିକାରୀଙ୍କୁ ହରାଇ ଉତ୍କଳ ମାତା ଆଜି ଝୁରୁଛି ତା’ର ଯୋଗ୍ୟ ସନ୍ତାନଙ୍କୁ । କାଲି ବିଳମ୍ବିତ ରାତ୍ରୀରେ ବରିଷ୍ଠ ଆଇ.ପି.ଏସ ଅଧିକାରୀ, ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)ର ମହାନିର୍ଦ୍ଦେଶକ, ସୁସାହିତ୍ୟିକ, ନାଟ୍ୟକାର ତଥା ଓ ଜଣେ ସର୍ବ ଗୁଣ ସଂପନ୍ନ ତଥା ଅମାୟିକ ବ୍ୟକ୍ତି ଭାବେ ଡ଼ଃ. ଦେବାଶିଷ ପାଣିଗ୍ରାହୀଙ୍କୁ ହରାଇଥିବା ବେଳେ ଆଜି ପୁଣି ନୂଆଦିଲ୍ଲୀର ଏମଏସରେ ଆଉ ଜଣେ ସୁଯୋଗ୍ୟ ଅଧିକାରୀ ଗୁଜୁରାଟ ବିକାଶର ବିନ୍ଧାଣୀ ତଥା ଗୁଜୁରାଟ କ୍ୟାଡ଼ର ୧୯୮୬ ବ୍ୟାଚ୍‌ର ଆଇ.ଏ.ଏସ ଅଧିକାରୀ ଡ଼ଃ. ଗୁରୁପ୍ରସାଦ ମହାପାତ୍ରଙ୍କୁ ହରାଇ ମର୍ମାହତ । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ଭୁବନେଶ୍ୱରରେ ଜନ୍ମିତ ଡ଼ଃ. ମହାପାତ୍ର ତାଙ୍କର ଦୂରଦୃଷ୍ଟି ସଂପନ୍ନ ଓ ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭାରି ପସନ୍ଦ ବୋଲି କୁହାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଟୁଇଟ କରି ଡ଼ଃ. ମହାପାତ୍ରଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଂଶସା କରିବା ସହ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close