ହ୍ୱାଟସ୍ ଗ୍ରୃପ ବାବଦରେ ‘ଉଦୟବଟ’ ସଂପାଦକଙ୍କ ନିବେଦନ
ଆମ ହ୍ୱାଟସ୍ ଗ୍ରୃପ ବାବଦରେ ଆପଣଙ୍କୁ ନିବେଦନ
ମହାଶୟା/ମହାଶୟ,
ଆପଣଙ୍କୁ ସପ୍ରେମ ନମସ୍କାର ଓ ଶୁଭେଚ୍ଛା! ଆପଣ ଏଭଳି ଘଡ଼ିଷନ୍ଧି ମୁହୂର୍ତରେ ନିଜର କାର୍ଯ୍ୟ ଜାରୀ ରଖି ଆମ ସହିତ ଯୋଡି ହୋଇ ରହିଛନ୍ତି, ହ୍ୱାଟସ୍ ଗ୍ରୃପରେ ରହି ନିଜ ନିଜର ମତାମତ ଉପସ୍ଥାପନ କରୁଛନ୍ତି, ମୂଲ୍ୟବାନ ତଥା ସମୟୋଚିତ ସୂଚନାମାନ ପ୍ରଦାନ କରୁଛନ୍ତି ସେଥିଲାଗି ମୋ’ ତରଫରୁ ସର୍ବ ପ୍ରଥମେ ଆପଣଙ୍କୁ କୃତଜ୍ଞତା ଜଣାଉଛି । ଆପଣମାନେ ଜାଣନ୍ତି ଏବେ ହ୍ୱାଟସ୍ ଗ୍ରୃପ ଭଳି ସାମାଜିକ ପ୍ଲାଟଫର୍ମରେ କୈାଣସି ସୂଚନା କିମ୍ବା ଭିଡିଓ / ଅଡିଓ ଛାଡିବା ପୂର୍ବରୁ ସେଗୁଡିକୁ ଭଲ ଭାବେ ପରଖି ନେବା ଉଚିତ୍ । କାରଣ ଏହା ଉପରେ ସରକାରୀ ଅଧିକାରୀଙ୍କ ରହିବ ନଜର । ତାଛଡ଼ା କୈାଣସି ‘ଫେକ୍’ ଜିନିଷ, ଜାତିଆଣ ଭିତିକ, କାହା ମନକୁ କଷ୍ଟ କଲା ଭଳି ଜିନିଷ, ନିଜର (ବ୍ୟବସାୟ) ଆଦିର ପ୍ରଚାର ଆଦି ପୋଷ୍ଟ କରନ୍ତୁ ନାହିଁ । ଆମର ଉଦ୍ଦେଶ୍ୟ ହେଉଛି, ଆପଣଙ୍କୁ କିଛି ସୂଚନା ପ୍ରଦାନ କରିବା ସହିତ ଆପଣଙ୍କ ଠାରୁ କିଛି ଜ୍ଞାନ ନେଇ ପ୍ରଚାର କରିବା, ନିଜ ସାମର୍ଥ୍ୟ ମତେ କିଛି ସାମାଜିକ କାର୍ଯ୍ୟ କରିବା, ଜାତୀୟ ଦିବସ ପାଳନ କରିବା, ବୃକ୍ଷରୋପଣ କରିବା, ଜନସଚେତନତା ସୃଷ୍ଟି କରିବା, ଦୁର୍ନୀତି/ଅନିୟମିତତା ବିରୋଧରେ ସଂଗ୍ରାମ କରିବା, ଅସହାୟଙ୍କୁ ସହଯୋଗ କରିବା, ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚୟନ କରି ପୁରସ୍କୃତ କରିବା, ସ୍ପଷ୍ଟ ଭାବେ ଭଲକୁ ଭଲ ଓ ଖରାପକୁ ଖରାପ କହିବା ଓ ସର୍ବୋପରି ଦେଶପ୍ରେମୀ ହେବା ଆଦି । ସବୁବେଳେ ନିଜର ସ୍ୱାଭିମାନକୁ ନେଇ ବଂଚିବା । କିଏ ଇର୍ଷାରେ କ’ଣ କହୁଛି ତା’କୁ ଖାତିର ନ କରି ଆଗକୁ ବଢ଼ିବା । କାରଣ ଭଗବାନଙ୍କର ପ୍ରିୟ ଖାଦ୍ୟ ହେଉଛି-‘ଇର୍ଷା’ । ଏହି ସମସ୍ତ କାର୍ଯ୍ୟ ପାଇଁ ଆମର ବିଭିନ୍ନ ସଂଗଠନ ପାଇଁ ବିଭିନ୍ନ ହ୍ୱାଟସ୍ ଗ୍ରୃପ ରହିଛି । ଯଥା-୧) ‘ଉଦୟବଟ ଇ-ନ୍ୟୁଜ୍’,୨) ‘ଉଦୟବଟ ଓଡ଼ିଆ ନ୍ୟୁଜ୍’, ୩) ‘ଉଦୟବଟ ବାର୍ଷିକୋତ୍ସବ’, ୪) ‘ଉଦୟବଟ କମ୍ପିଟିସନସ୍’, ୫) ‘ଦୁର୍ଲ୍ଲଭ କଳା ପରିଷଦ’, ୬) ‘ଉଦୟବଟ ଇ-ନ୍ୟୁଜ ପରିବାର୍’, ୭) ‘ଉଦୟବଟ ଇ-ନ୍ୟୁଜ୍ ଭୁବନ’, ୮) ‘ଉଦୟବଟ ଇ-ନ୍ୟୁଜ୍ ଢ଼େଙ୍କାନାଳ’, ୯) ‘ଉଦୟବଟ ଇ-ନ୍ୟୁଜ୍ ବାଲେଶ୍ୱର’ ଇତ୍ୟାଦି । ଆମର କର୍ମକର୍ତା ଓ ଶୁଭେଚ୍ଛୁ ହୁଏତ କେତେକ ଗ୍ରୃପରେ ରହିପାରନ୍ତି । ନୂଆ ନୂଆ ଓ ଅନୁଷ୍ଠାନ ପ୍ରେମୀ କିଛି ବ୍ୟକ୍ତିଙ୍କୁ ସାମିଲ କରିବା ପାଇଁ ଜଣଙ୍କୁ କେବଳ ଗୋଟିଏ ଗ୍ରୃପରେ ଏଣିକି ରଖାଯିବ । ତାଛଡ଼ା ମୋବାଇଲ ହ୍ୟାଙ୍ଗ ଓ ପିଲାଙ୍କ ପାଠ ପଢ଼ା ପାଇଁ ଗୋଟିଏ ଗ୍ରୃପରେ ହିଁ ରହିବା ଠିକ୍ । କେତେକଙ୍କ ୟା’ଡୁ ସିଆଡୁ ପୋଷ୍ଟ ପାଇଁ ବହୁ ଭଲ ବ୍ୟକ୍ତି ମଧ୍ୟ ଗ୍ରୃପରୁ ଓହରି ଯାଉଛନ୍ତି । ସେଥିପାଇଁ ମନ ଉଣା କରୁ ନାହୁଁ କାରଣ ବହୁ ନୂଆ, ଅନୁଷ୍ଠାନପ୍ରେମୀ ଓ ହୃଦୟବାନ ବ୍ୟକ୍ତି ଆଦିଙ୍କୁ ସାମିଲ କରିବାକୁ ଅଛି । ସମସ୍ତେ ଭଲ ପୋଷ୍ଟ ପାଇଁ ପ୍ରାଥମିକତା ଦେବେ ବୋଲି ଆଶା ଓ ବିଶ୍ୱାସ ରଖୁଛି । ଏଥିପାଇଁ ସମସ୍ତଙ୍କୁ ହାତଯୋଡି ନିବେଦନ କରୁଛି ।
(ଇତି)
ଆପଣଙ୍କର ବିଶ୍ୱସ୍ଥ,
ଦୁଷ୍ମନ୍ତ କୁମାର ରାଉତ, ସଂପାଦକ ‘ଉଦୟବଟ’, ଦୂରଭାଷ: ୯୯୩୭୧୨୭୯୨୧ ।