ଆଇ.ଏମ୍.ଏ, ଯାଜପୁରରୋଡ ତରଫରୁ କାର୍ଯ୍ୟରତ ଡାକ୍ତରଙ୍କୁ ଅଭିନନ୍ଦନ ଓ ମୃତ ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳି
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର,୧୫/୬(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଭାରତୀୟ ଭେଷଜ ସଂଘ (ଇଣ୍ଡିଆନ ମେଡିକାଲ ଆସୋସିଏସନ, ଆଇ.ଏମ୍.ଏ), ଯାଜପୁରରୋଡ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯିବା ସହ ଦେଶର ବିଭିନ୍ନ ଭାଗରେ କଠୋର କରୋନା ମହାମାରୀ ସମୟରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ ପ୍ରଫେସନାଲମାନଙ୍କୁ ଅଭିନନ୍ଦନ ଜଣାଯାଇଛି । ଏହି ୨ୟ ଲହର ବିଶ୍ୱ ମହାମାରୀ ‘କରୋନା’ ସମୟରେ ମୃତ୍ୟୁବରଣ କରିଥିବା ୬୫୦ ଡାକ୍ତରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଶେଷଭାବେ ଏହି ୨ୟ ଲହର ସମୟରେ କାର୍ଯ୍ୟରତ ଡାକ୍ତର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ମୂଲ୍ୟବାନ ଓ ଆବଶ୍ୟକୀୟ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ଥିବା ଡ଼ାକ୍ତର ଓ କର୍ମଚାରୀ ଆଦିଙ୍କୁ ଅସୈାଜନ୍ୟ ଆଚରଣ କରାଯିବା ସହ ଆପତିଜନକ ଭାଷା ମଧ୍ୟ ପ୍ରୟୋଗ କରାଯାଉଥିବାରୁ ସଂଘର ଯାଜପୁରରୋଡ ଶାଖା ପକ୍ଷରୁ ଏହାର ନିନ୍ଦା କରାଯାଇଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାମାଜିକ ଗଣମାଧ୍ୟମରେ କଟୁ ଭାଷା ପ୍ରୟୋଗ ହେଉଥିବାରୁ ସଂଘ ଏହାର ଘୋର ବିରୋଧ କରିଛି । କାରଣ ବର୍ତମାନ ପରିସ୍ଥିତିରେ ଅତି ଆବଶ୍ୟକୀୟ ଓ ଅମୂଲ୍ୟ ସାବ୍ୟସ୍ତ ହୋଇଥିବା ଟୀକାକରଣ ଯୋଜନା ଭାରତ ଭଳି ଏକ ବିଶାଳ ଜନ ସଂଖ୍ୟା ବିଶିଷ୍ଟ ଦେଶରେ କଷ୍ଠକର ଓ ସମୟସାପେକ୍ଷ ଯୋଜନା । ଏହି ଯୋଜନାରେ ସାମିଲ ଓ କାର୍ଯ୍ୟରତ ସମ୍ମୁଖ ଯୋଦ୍ଧା ଡାକ୍ତରମାନଙ୍କ ଉପରେ ଆକ୍ରମଣ ବିଭିନ୍ନ ରାଜ୍ୟ ଯଥା-ଆସାମ, ବିହାର, ପଶ୍ଚିମବଂଗ, ଦିଲ୍ଲୀ, କର୍ଣ୍ଣାଟକ ଆଦି ସହ ଦେଶର ବହୁ ଭାଗରେ ବଢ଼ି ବଢ଼ି ଚାଲିଛି । ବିଶେଷକରି ମହିଳା ଡ଼ାକ୍ତରଙ୍କ ଉପରେ ଶାରୀରିକ ଆକ୍ରମଣ ହେବା ଦୁର୍ଭାଗ୍ୟଜନକ । ବହୁ ଘଟଣାରେ ବହୁ ଡ଼ାକ୍ତର ଏଭଳି ଆକ୍ରମଣରେ କ୍ଷତାକ୍ତ ହୋଇଛନ୍ତି । ଏଭଳି ଉଦ୍ବେଗଜନିତ ଘଟଣା ଉପରେ ସଂଘ ପ୍ରଧାନ ମନ୍ତ୍ରୀ, ଗୃହ ମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଦିଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ନିମ୍ନ ଉଲ୍ଲଖିତ ୦୪ଟି ଦାବୀ ଉପସ୍ଥାପନ କରିବ । ଯଥା:- ୧) ଜାତୀୟ ସ୍ତରର ଡାକ୍ତରଖାନା ଓ ହେଲଥ୍କେୟାର ସେଂଟରଗୁଡିକରେ କାର୍ଯ୍ୟରତ ଡାକ୍ତର ଓ ପ୍ରଫେସନାଲମାନଙ୍କ ପାଇଁ ସୁରକ୍ଷା ଆଇନ, ୨) ଡାକ୍ତରଖାନାଗୁଡିକରେ ଆବଶ୍ୟକୀୟ ସୂରକ୍ଷା ବ୍ୟବସ୍ଥା ଲାଗୁ ସହ ଆଇନର କଡ଼ାକଡ଼ି ପାଳନ, ୩) ଡାକ୍ତରଖାନାଗୁଡିକୁ ସୁରକ୍ଷା ଜୋନ ଭାବେ ଘୋଷଣା କରିବା, ୪) ଆକ୍ରମଣକାରୀ ଦୋଷୀଙ୍କ ବିରୋଧରେ ତୁରନ୍ତ ଓ କଠୋର ଦଣ୍ଡବିଧାନ କରାଯିବା ।
ଏହି ପ୍ରସଙ୍ଗ ଉପରେ ଆସନ୍ତା ଜୁନ ୧୮ ତାରିଖ ‘ଜାତୀୟ ପ୍ର୍ତିରୋଧ ଦିବସ’ ପାଳନ କରାଯାଇ ଅଯଥା ଡାକ୍ତର ଓ ପ୍ରଫେସନାଲମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ଉପରେ ଚାପ ସୃଷ୍ଟି କରିବା ସହ ‘ଜୀବନ ରକ୍ଷାକାରୀଙ୍କୁ ସୁରକ୍ଷା ପ୍ରଦାନ’ ସ୍ଲୋଗାନ ଦିଆଯିବ । ସେଦିନ ସକାଳ ୮ଟା ରୁ ଦିବା ୦୨ ଘଟିକା (୦୬ ଘଂଟା) ପାଇଁ ଅଣ-ଅତ୍ୟାବଶ୍ୟକ ଓ ଅଣ-କୋଭିଡ଼ ସେବାକୁ ପ୍ରତ୍ୟାହାର କରାଯିବ । ସେଦିନ କଳା ବ୍ୟାଚ ମଧ୍ୟ ପରିଧାନ କରାଯିବ । ସଂଘ ତରଫରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦରଖାସ୍ତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ କରାଯିବାକୁ ଯୋଜନା ରହିଛି । ଏଥିସହିତ ଯାଜପୁରର ସାଂସଦ ଓ କୋରାଇ ବିଧାୟକଙ୍କୁ ସାକ୍ଷାତ କରି ଘଟଣା ଉପରେ ଅବଗତ କରାଯାଇ ତାଙ୍କର ହସ୍ତକ୍ଷେପ ପାଇଁ ଉଦ୍ୟମ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଆଇ.ଏମ୍.ଏ, ଯାଜପୁରରୋଡ ସଭାପତି ଡାକ୍ତର ନୃସିଂହ ଚରଣ ପରିଡା, ସାଧାରଣ ସଂପାଦକ ଡ଼ା. ଗୈାରୀ ଶଙ୍କର ଷଡ଼ଙ୍ଗୀ, ବରିଷ୍ଟ ଶିଶୁରୋଗ ବିଶେଷଙ୍କ ଡ଼ା. ପ୍ରସନ୍ନ କୁମାର ସାହୁ ଓ ଡ଼ା. ହେମନ୍ତ କୁମାର ସାହୁ ପ୍ରମୁଖ ଭାଗ ନେଇଥିଲେ ।