କେନ୍ଦୀୟ ସୂଚନା କମିଶନରଙ୍କ ଶୁଣାଣୀ, ‘ଉଦୟବଟ’ ସଂପାଦକଙ୍କ ଆଶ୍ୱସ୍ତି
ବ୍ୟାସନଗର,୦୯/୬: ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ସୁଚନା କମିଶନଙ୍କ ନିକଟରେ ତା. ୦୭/୦୬/୨୦୧୯ରେ ସୂଚନା ଅଧିକାର ଆଇନ ବଳରେ ଭାରତ ସରକାରଙ୍କ ପାୱାର ଗ୍ରୀଡ଼ କର୍ପୋରେସନ ଅଫ୍ ଇଣ୍ଡିଆ (ପିଜିସିଆଇଏଲ) କର୍ତୃପକ୍ଷଙ୍କ ଠାରୁ ସଠିକ ସୂଚନା ପାଇ ନ ଥିବା ଅଭିଯୋଗ କରି ଅପିଲ କରିଥିଲେ । ସୂଚନା ଅଧିକାର କ୍ଷେତ୍ରରେ ସି.ଆ.ସି ହିଁ ଦେଶର ସର୍ବୋଚ୍ଚ କମିଶନ । ଦୀର୍ଘ ୦୨ରୁ ଉର୍ଦ୍ଧ ସମୟ ପରେ ହେଉ ପଛେ ଆଜି ପୂର୍ବାହ୍ନରେ କମିଶନ ନୂଆଦିଲ୍ଲୀରୁ ଶ୍ରୀ ରାଉତଙ୍କ ସହ ଅନଲାଇନ ଜରିଆରେ ଯୋଗାଯୋଗ କରି ମାମଲାର ଶୁଣାଣୀ କରିଥିଲେ । ୧ ମାସ ସମୟ ମଧ୍ୟରେ ଏହି ମାମଲାକୁ ଫଇସଲା କରିବା ପାଇଁ କମିଶନ ପିଜିସିଆଇଏଲକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । କମିଶନଙ୍କ ଏହି ହସ୍ତକ୍ଷେପ ଫଳରେ ସୂଚନା ଅଧିକାର କର୍ମୀ ଶ୍ରୀ ରାଉତ ଖୁସି ବ୍ୟକ୍ତ କରିଛନ୍ତି ।
Live Share Market