ଯାଜପୁରରୋଡରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବିକଲା ଆଇଏନଟିୟୁସି ଓ ସିଆଇଟିୟୁ

ବ୍ୟାସନଗର: ଆଜି ତା 19.5.21ରିଖ ମହାମାରୀ କରୋନାର ୨ୟ ଲହରରେ ଏକ ଭୟଙ୍କର ପରିସ୍ଥିତି ଦେଖାଦେଇଛି ! ଯାଜପୁର ଜିଲ୍ଲା ତଥା ବ୍ୟାସନଗର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟପ୍ରବେଶ ଦ୍ୱାର ହୋଇଥିବା ବେଳେ ବହୁ ବାହାର ରାଜ୍ୟର ଅଣ ଓଡ଼ିଆ କର୍ମଚାରୀ ଓ ଠିକାଦାର ରହଣି ଓ ଯାତାୟାତ ଯୋଗୁଁ ବ୍ୟାପକ ଭାବେ କରୋନା ସଂକ୍ରମଣ ସଂଖ୍ୟା ଏ ଅଞ୍ଚଳରେ ବୃଦ୍ଧିପାଉଛି ! ବ୍ୟାସନଗର ସହର ରେ ଆର ଟି ପି ସି ଆର ର ଗୋଟିଏ ଟେଷ୍ଟିଙ୍ଗ କେନ୍ଦ୍ର ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଚି଼ହ୍ନଟ ହେବାରେ ବ୍ୟତିକ୍ରମ ଦେଖାଦେଇଛି ! ଏପରିକି ପ୍ରତ୍ୟେକ ଦିନ ପରୀକ୍ଷଣରୁ 30%ଭାଗରୁ ଉର୍ଦ୍ଧ କରୋନା ରୋଗୀ ଭାବେ ଚି଼ହ୍ନଟ କରାଯାଇଛି ! ସେମାନଙ୍କ ନିମନ୍ତେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଅତି ଜରୁରୀ ହୋଇପଡିଛି ! ଗତବର୍ଷ ଏନ ସି ହାଇସ୍କୁଲ କୁ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ନିରୂପଣ କରିଥିଲେ ହେଁ ଏହା ନ କରିବା ସହରବାସି ଙ୍କ ମନରେ ଅସନ୍ତୋଷ ଓ ଜିଲ୍ଲା ପ୍ରଶାସନଙ୍କ ବୈମାତୃକ ମନୋଭାବ ପ୍ରମାଣିତ ହୋଇଛି! ଏ ସମ୍ପର୍କରେ ମିଳିତ ଭାବେ ଆଇ ଏନ ଟି ୟୁ ସି ର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି ଓ ସି ଆଇ ଟି ୟୁ ର ରାଜ୍ୟ ଉପ ସଭାପତି ପ୍ରଫୁଲ୍ଲ ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି କି ବ୍ୟାସନଗର ସହର ର ଭୌଗୋଳିକ ପରିସ୍ଥିତି କୁ ନେଇ ମହାମାରୀ କରୋନା ର ୨ୟ  ଲହର କୁ ମୁକାବିଲା କରବା ସହିତ ୩ୟ ଲହର ନିମନ୍ତେ ପ୍ରସ୍ତୁତ ରହିବା କୁ ହେଲେ ଯାଜପୁର ରୋଡ ଠାରେ ରାଜ୍ୟ ସରକାର ଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ, ଆଇ ସି ୟୁ, ବେଡ଼, କୋଭିଡ ଟୀକା ମହଜୁଦ ରଖି ଏକ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ଜରୁରୀ ବୋଲି ଶ୍ରୀ ମହାନ୍ତି ଓ ଶ୍ରୀ ନାୟକ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ! ଏଠାରେ ସୂଚନାଯୋଗ୍ୟ କଳିଙ୍ଗନଗର ଠାରେ ଥିବା ଟାଟା ଏକ ଘରୋଇ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏହା ରାଜ୍ୟ ସରକାରଙ୍କ ସହାୟତାରେ ପରିଚାଳିତ ହେଉଅଛି ! ବ୍ୟାସନଗର ସହରାଞ୍ଚଳର ବହୁ ଚି଼ହ୍ନଟ ରୋଗୀ ଓ ବରିଷ୍ଠ ବୃଦ୍ଧ ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟସେବା ଠିକ ଭାବେ ପାଉ ନ ଥିବାରୁ ପ୍ରତିକ୍ରିୟା ସୃଷ୍ଟି ହୋଇଛି ! ଏପରି ସ୍ଥଳେ ଲକ୍ଷ୍ୟାଧିକ ଲୋକ ବସ ବାସ କରୁଥିବା ବ୍ୟାସନଗର ସହର ପ୍ରତି ଜିଲ୍ଲା ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁଦ୍ଧକାଳୀନ ଭିତ୍ତିରେ ଯାଜପୁର ରୋଡ ଠାରେ ଏକ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଖୋଲିବା ସହିତ ଆର ଟି ପି ସି ଆର ଟେଷ୍ଟ ନିମନ୍ତେ ଅଧିକ ରୁ ଅଧିକ କେନ୍ଦ୍ର ଖୋଲିବା କୁ ଆଇ ଏନ ଟି ୟୁ ସି ଓ ସି ଆଇ ଟି ୟୁ ପକ୍ଷରୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close