ଯାଜପୁରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଟୀକାକରଣ

ଯାଜପୁର, ୬ା୫ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ରାଜ୍ୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ସହ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଥିବା ପ୍ରତିନିଧିମାନଙ୍କୁ ଅଗ୍ରାଧିକାର ଭିତିରେ କୋଭିଡ ଟୀକାକରଣ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହି ଆଧାରରେ ଯାଜପୁର ଜିଲ୍ଲାର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଟୀକାକରଣ ଆଜି ଗୁରୁବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୩ଟି ସ୍ଥାନରେ ଏହା ଅନୁଷ୍ଠିତ ହୋଇଥିଲା । ଯାଜପୁର ପୈାର ପରିଷଦ ସମ୍ମିଳନୀ ଗୃହରେ ଦଶରଥପୁର, ବିଂଝାରପୁର, ଯାଜପୁର, ବରୀ ବ୍ଳ୍‌କ ଓ ଯାଜପୁର ପୈାରାଂଚଳ ଅନ୍ତର୍ଗତ ଅଂଚଳର ଗଣମାଧ୍ୟମ ପ୍ରତିନିଧିଙ୍କର ଟୀକାକରଣ କରାଯାଇଥିଲା । ସେହିପରି ଜାରକା ପ୍ରେସ୍ କ୍ଳ୍‌ବ ଠାରେ ବଡଚଣା, ଧର୍ମଶାଳା, ରସୁଲପୁର ବ୍ଳକର ଗଣମାଧ୍ୟମ ପ୍ରତିନିଧିମାନଙ୍କର ଏବଂ ଯାଜପୁରରୋଡ ସ୍ଥିତ କଳିଙ୍ଗନଗର ଉନ୍ନୟନ କର୍ତୃପକ୍ଷଙ୍କ କାର୍ଯ୍ୟାଳୟ ଠାରେ ସୁକିନ୍ଦା, ଦାନଗଦୀ, କୋରେଇ ବ୍ଳ୍‌କ ସମେତ ବ୍ୟାସନଗର ପୈାରାଂଚଳ ଅନ୍ତର୍ଗତ ଅଂଚଳର ଗଣମାଧ୍ୟମ ପ୍ରତିନିଧିମାନଙ୍କର ଟୀକାକରଣ କରାଯାଇଥିଲା । ଜିଲ୍ଲାପାଳ ଚକ୍ରୱର୍ତି ସିଂହ ରାଠୋର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ସି.ଡି.ଏମ୍‌.ଓ ଡା. ସୁଧାଂଶୁ ଶେଖର ବଳ, ଧର୍ମଶାଳା ବି.ଡି.ଓ ଅରବିନ୍ଦ ବେହେରା, ଧର୍ମଶାଳା ଭାରପ୍ରାପ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି, ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ମେଡିକାଲ ଅପିଂସର ଡା. ସୁଧିର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଟୀକାକରଣ କେନ୍ଦ୍ରରେ ଉପସ୍ଥିତ ଥିଲେ । ଆଜି ମୋଟ ୨୩୧ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କର ଟୀକାକରଣ କରାଯାଇଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସେଠୀ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close