ପତଞ୍ଜଳୀ ଆଉଟ୍ଲେଟ୍ ଦୋକାନରେ ଚାଲିଛି କଳାବଜାରୀ

ଯାଜପୁର; ୦୫/୦୫ (ବସନ୍ତ କୁମାର ପାତ୍ରଙ୍କ ଠାରୁ) ) : ପାଣିକୋଇଲିରେ ଚାଲିଛି ଖୁଲମଖୁଲା ଘୋଟାଲା । ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ଷ୍ଟେଟବ୍ଯାଙ୍କ ଅପ୍ ଇଣ୍ଡିଆ ଏଟିଏମ ପାଖରେ ଥିବା ଏକ ପତଞ୍ଜଳୀ ଆଉଟ୍ ଲେଟ୍ ଦୋକାନରେ ଚାଲିଛି କଳାବଜାରୀ।  ସୂଚନାନୁଯାୟୀ ଉକ୍ତ ଦୋକାନର ମାଲିକ ଚାନ୍ଦପୁର ଗ୍ରାମ ନିବାସୀ ଦୀପକ କୁମାର ରାଉତ ସୋରିଷ ତେଲର ପାଉଚ ଉପରେ ଥିବା ନିର୍ଦ୍ଧିଷ୍ଟ କମ୍ପାନୀ ମୂଲ୍ୟ କୁ ବଦଳାଇ କଳା ମାର୍କର ରେ @୧୫୫ ଟଙ୍କା କୁ @୧୮୫ ଟଙ୍କା ଓ @୧୫୦ ଟଙ୍କା ବଦଳରେ @୧୮୦ ଟଙ୍କା ହାତରେ ଲେଖି ଗ୍ରାହକଙ୍କୁ ଭୁଆଁ ବୁଲେଇ ମୋଟା ଅଙ୍କର ପଇସା ରୋଜଗାର କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ଖାଉଟି ବିଭାଗ ପକ୍ଷରୁ ଏହାର ତଦନ୍ତ କରି ଉକ୍ତ ଦୋକାନୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।  ଏହି କରୋନା ସମୟରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ସେ ନିଜ ପ୍ୟାକେଟ୍ ଗରମ୍ କରୁଛନ୍ତି।  ତାଙ୍କୁ ଏହି କଥା ପଚାରିବାରୁ  ଚୁପ୍ ରହି ସେ କିଛି ନ କହି ପ୍ରମାଣ କରିଦେଉଛନ୍ତି ଯେ ସେ ଏ ଭୁଲ କରିଛନ୍ତି। 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close