ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଯାଜପୁର ଜିଲ୍ଲା କମିଟି ଭରଚୁଆଲ ବୈଠକ ରେ ଗୁରୁତ୍ୱପୂର୍ଣ ଆଲୋଚନା

ବ୍ୟାସନଗର ; ୩୦/୦୪( ଉ.ପ୍ର):  ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇଙ୍କ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌର ପାଳିକା ର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଭରଚୁଆଲ ବୈଠକ ଆୟୋଜିତ ହୋଇଯାଇଛି !ଜିଲାରେ ସାମ୍ପ୍ରତିକ ପରିସ୍ଥିତି ରେ ଅଣ ସଂଗଠିତ ଶ୍ରମିକ ମାନଙ୍କର ଅର୍ଥନୈତିକ ଅବସ୍ଥା ଶୋଚନୀୟ ହେବାକୁ ଯାଉଥିବାବେଳେ କରୋନା ର ଦ୍ୱିତୀୟ ଲହରୀ ରେ ଶ୍ରମିକ କର୍ମଚାରୀ ମାନେ ଲକ ଡାଉନ ସଟ ଡାଉନ ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି !କଳିଙ୍ଗନଗର ଶିଳ୍ପାଞ୍ଚଳ ରେ କଳକାରଖାନା ବନ୍ଦ ହେବା ଓ ସେମାନଙ୍କୁ ଦରମା ନ ମିଳିବା , କରୋନା ରେ ହଜାର ହଜାର ସଂଖ୍ୟା ରେ ଶ୍ରମିକ ଛଟେଇ ଦ୍ୱାରା ବହୁ ମାତ୍ରାରେ ଆର୍ଥିକ ସଙ୍କଟ ରେ ସମ୍ମୁଖୀନ ହେବାକୁ ଯାଉଛନ୍ତି !ଏଭଳି ସ୍ଥିତି ରେ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ମାଗଣା ରେ ରେସନ କିମ୍ବା ମାସିକ ୬ ହଜାର ଟଙ୍କା ପ୍ରଦାନ ନକଲେ ଏହା ଏକ ମହାମାରୀର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ବୋଲି ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ସମସ୍ତ ବ୍ଲକ କମିଟି ସଭାପତି, ସଂଯୋଜକ ମାନେ ଜିଲ୍ଲାର ସାମ୍ପ୍ରତିକ ସମସ୍ୟା ପ୍ରତି ଧ୍ୟାନ ଦେବା ସହିତ ଜିଲ୍ଲା କମିଟି ର ସମସ୍ତ କର୍ମକର୍ତ୍ତା ସଜାଗ ରହିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି !ଏଥିରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର କେନ୍ଦ୍ରୀୟ କମିଟି ପ୍ରଶିକ୍ଷଣ ସଂଯୋଜକ ଡ଼ଃ ଆଂସୂ ଆନ୍ଥୋନୀ କହିଲେ କି ଦେଶ ଏକ ଘଡି ସନ୍ଧି ମୁହୂର୍ତ୍ତ ରେ ଗତି କରୁଥିବା ବେଳେ କାର୍ଯ୍ୟରତ ସମସ୍ତ ନେତୃତ୍ୱ ଉର୍ନତ ଚିନ୍ତାଧାରା ରେ କାର୍ଯ୍ୟ କରିବା ସହିତ ସରକାରଙ୍କର ଉଦାସୀନତା ଓ ଆମେରିକା ଭଳି ଦେଶ ସମସ୍ତ ପରିବାର କୁ ଆର୍ଥିକ ସହାୟତା ଯୋଗାଉଥିବା ବେଳେ କେନ୍ଦ୍ର ସରକାର ଅନୁରୂପ ଭାବେ ୬ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ନେତୃବର୍ଗ ସ୍ୱର ଉତ୍ତୋଳନ କରିବା ନିମନ୍ତେ ସଜାଗ ରହିବାକୁ ନିବେଦନ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ରାଜ୍ୟ କୃଷକ ସେଲ ର ସଂଯୋଜକ ବିଜୟ କୁମାର ବୋଇତାଇ, ଇ -ରିକ୍ସା ସଂଯୋଜକ ରାଇ ଚରଣ ମହାନ୍ତି, ଓ ବିଭିନ୍ନ ବ୍ଲକ ସଭାପତି ଓ ସଂଯୋଜକ ଙ୍କ ମଧ୍ୟରେ ଅଜୟ କୁମାର ଦାସ, ସେକ ଆଟାର ଉଦ୍ଦିନ ଅହମ୍ମଦ, ସତ୍ୟ ପ୍ରକାଶ କୁଅଁର, ପଦ୍ମନାଭ ନାୟକ, ପରୀକ୍ଷିତ ମଳିକ, ବିବେକାନନ୍ଦ ଦାସ ପ୍ରମୁଖ ଏହି ଆଲୋଚନା ରେ ଅଂଶ ଗ୍ରହଣ କରି କହିଲେ କି ରାଜ୍ୟ ସରକାର ଜିଲ୍ଲାରେ ୧୦ଦିନ ଧରି କୋଭିଡ ଟୀକାକରଣ ରେ ଦେଖାଦେଇଥିବା କୁତ୍ରିମ ଅଭାବ ଦୂର କରିବା ସହିତ ୧୮ବର୍ଷରୁ ଉର୍ଦ୍ଧ ସମସ୍ତଙ୍କୁ କୋଭାକସିନ, କୋଭିସୀଲଡ ଟୀକା ମାଗଣା ରେ ଦେବା ସହିତ ଜିଲ୍ଲା ପ୍ରଶାସନ ସମସ୍ତ ଜନଗହଳି ଅଞ୍ଚଳ କୁ କଡା କଡ଼ି ଭାବେ କଟକଣା ଜାରି କରିବା ଓ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଶ୍ରମିକ ମାନଙ୍କୁ ଚି଼ହ୍ନଟ କରି ରାସନ ଦେବା ସହିତ ଆର୍ଥିକ ସହାୟତା ଯୋଗାଇ ଦେବାର ତ୍ୱରିତ ପଦକ୍ଷେପ ନ ନେଲେ ଦ୍ୱିତୀୟ ଲହରୀ ମହାମାରୀ କରୋନା ରେ ଜୀବନ ହରାଇବାକୁ ଯାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ନେତୃ ବୃନ୍ଦ ଚେତାବନୀ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close