ଜିଲ୍ଲାର ଦୁଇ ପୌରାଞ୍ଚଳରେ ସାପ୍ତାହିକ ସଟଡାଉନ ଲାଗୁ

ଯାଜପୁର ; ୨୪/୦୪ ( ଶୁଭେନ୍ଦୁ ନାୟକଙ୍କ ଠାରୁ) :  ଯାଜପୁର ଜିଲ୍ଲାରେ ଆଜି ଠାରୁ ପୁଣି ସାପ୍ତାହିକ ସଟଡାଉନ ଲାଗୁ କରାଯାଇଛି। ଜିଲ୍ଲାର ଦୁଇ ପୌରାଞ୍ଚଳ ଯାଜପୁର ସଦର ମହକୁମା ଏବଂ ବ୍ୟାସନଗର ସହରରେ ଏହି ସଟଡାଉନ କଟକଣା ଲାଗୁ କରାଯାଇଛି। ପ୍ରତି ସପ୍ତାହରେ ଶନିବାର ଏବଂ ରବିବାର ଦୁଇଦିନ ଧରି ସପ୍ତାହାନ୍ତ ସଟଡାଉନ ପାଳନ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସେଥିପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ ଆଗୁଆ ଲୋକମାନଙ୍କୁ ସଚେତନ କରାଯାଇଛି। ଏବେ ବି ଜିଲ୍ଲାରେ ପ୍ରତିଦିନ ୧୦୦ପାଖାପାଖି କୋଭିଡ ପଜିଟିଭ ଚିହ୍ନଟ ହେଉଥିବାରୁ ଲୋକଙ୍କ ମଧ୍ୟରେ ଭାଳେଣି ସୃଷ୍ଟି ହେଉଛି। ତେବେ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ସାପ୍ତାହିକ ସଟଡାଉନ୍ ଓ ଚେକିଂ ବ୍ଲକିଂ ପ୍ରକ୍ରିୟାକୁ କଡାକଡି ଭାବେ ପାଳନ କରାଯାଉଛି। ସେପଟେ ସହରାଞ୍ଚଳରେ ଲାଗୁ ହୋଇଥିବା ସଟଡାଉନ ନିୟମ ମାନି ସହର ବଜାର ଶୂନଶାନ ହୋଇଯାଇଛି। କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଯାନବାହାନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି। ଛକ ଛକରେ ପୋଲିସ୍ ଅଧିକାରୀଙ୍କ ସହ ପୋଲିସ୍ ଫୋର୍ସ ମୁତୟନ ରହି ଚେକିଂକୁ କଡାକଡି କରିଛନ୍ତି।  ସବଇନିସପେକ୍ଟର ସୁବାସ ଚନ୍ଦ୍ର ମୁଦୁଲି ଏନେଇ ସଚେତନତାର ବାର୍ତା ଦେଇଛନ୍ତି।

 

Live Share Market
Monday
Jun
Maharashtra
+29°C
Clear sky
Pressure: 754 mm Hg
Humidity: 51 %
Wind: West, 4.5 m/s
Morning
+27°C
Day
+34°C
Evening
+32°C
Night
+27°C

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close