ସହିଦ୍ ଭଗତ୍ ସିଂ ଯୁବକ ସଂଘ ପକ୍ଷରୁ ଦରିଦ୍ର ଅସହାୟ ଲୋକଙ୍କୁ  ରନ୍ଧା ଖାଦ୍ୟ ବଣ୍ଟନ


ବ୍ୟାସନଗର; ୨୪/୪ (ଶୁଭେନ୍ଦୁ ନାୟକଙ୍କ ଠାରୁ) : ମାଡି ଆସୁଛି କୋରୋନାର ୨ୟ ଲହର । ଦୀର୍ଘ ପ୍ରାୟ ୯ମାସର ବ୍ୟବଧାନ ପରେ ଆଜି ଠାରୁ ପୁନର୍ବାର ସହରାଞ୍ଚଳରେ ସାପ୍ତାହିକ ସଟଡାଉନ୍ ନିୟମ ଜାରି ହୋଇଛି । ଯାଜପୁର ସଦର ମହକୁମା ଓ ବ୍ୟାସନଗର ସହରରେ ସଟଡାଉନ କଟକଣାକୁ କଡାକଡି ଭାବେ ପାଳନ କରାଯାଇଛି । ଏହାର ପ୍ରଭାବରେ ପେଶି ହୋଇଛନ୍ତି ଅବହେଳିତ ଓ ଅସହାୟ ବର୍ଗର ଲୋକ । ଯାହାକୁ ଦୃଷ୍ଟିରେ ରଖି ସହିଦ୍ ଭଗତ୍ ସିଂ ଯୁବକ ସଂଘ ପକ୍ଷରୁ ଯାଜପୁର ରୋଡ ଷ୍ଟେସନବଜାର ଓ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳରେ ଅବହେଳିତ ଅବସ୍ଥାରେ ପଡିରହିଥିବା ଦରିଦ୍ର ଅସହାୟ ଲୋକଙ୍କୁ  ରନ୍ଧା ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ଏଭଳି ଅସହାୟ ବ୍ୟକ୍ତି, ଭିନ୍ନକ୍ଷମ, ମସ୍ତିସ୍କ ବିକୃତ, ଭିକ୍ଷୁକ, ଭିକ୍ଷୁଣୀ ଓ ଦିନ ମଜୁରିଆ ଶ୍ରେଣୀର ଲୋକଙ୍କୁ ଯୁବକ ସଂଘ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ଭାତ, ଡାଲି, ତରକାରୀ, ଅଣ୍ଡା ଆଦି ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଲୋକମାନେ ମଧ୍ୟ ଏହାକୁ ଭକ୍ଷଣ କରି ନିଜର କ୍ଷୁଧା ମେଣ୍ଟାଇ ପାରୁଥିବା କହିଛନ୍ତି । ଗତ ପର୍ଯ୍ୟାୟରେ ମଧ୍ୟ ସହିଦ୍ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଦୀର୍ଘ ପ୍ରାୟ ୬ମାସ କାଳ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା । ଯୁବକ ସଂଘର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।        

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close