ବିରଜା କ୍ଷେତ୍ର ଜ୍ଞାନମାଳା ପୁସ୍ତକ ଲୋକାର୍ପିତ

ଯାଜପୁର, ୯ା୪ : ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ଦ୍ୱାରା ଲିଖିତ ଓ ସଂଯୋଜିତ ଏକ ଜ୍ଞାନ ବର୍ଦ୍ଧକ କୁଇଜ୍ ପୁସ୍ତକ ବିରଜା କ୍ଷେତ୍ର ଜ୍ଞାନମାଳା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଦ୍ୱାରା ଲୋକାର୍ପିତ ହୋଇଚ୍ଥି । ଶୁକ୍ରବାର ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ପୁସ୍ତକକୁ ଉନ୍ମୋଚନ କରି ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ଏହି ପୁସ୍ତକ ଦ୍ୱାରା ବିରଜା କ୍ଷେତ୍ର ସଂପର୍କରେ ଅନେକ ତଥ୍ୟ ପାଠକ ପାଇପାରିବେ ବୋଲି କହିଥିଲେ । ସଂକ୍ଷିପ୍ତ ହେଲେ ମଧ୍ୟ ଏହା ଏକ ଉପାଦେୟ ଓ ଜ୍ଞାନ ବର୍ଦ୍ଧକ ପୁସ୍ତକ ବୋଲି ସେ ମତ ଦେଇଥିଲେ । ଶିକ୍ଷାବିତ୍ ତଥା ପୁସ୍ତକର ଲେଖକ ପଣ୍ଡିତ ମିଶ୍ର ପୁସ୍ତକଟିରେ ମା’ ବିରଜା, ବିରଜା କ୍ଷେତ୍ର ଓ ଯାଜପୁର ସଂପର୍କରେ କେତେକ କୁଇଜ ପ୍ରଶ୍ନୋତ୍ତର କରାଯାଇଚ୍ଥି । ଯାହା ସବୁ ବର୍ଗର ଜିଜ୍ଞାସୁଙ୍କ ପାଇଁ ଉପାଦେୟ ହୋଇପାରିବ ବୋଲି କହିଥିଲେ । ବିଶେଷ କରି ବର୍ତ୍ତମାନର ପୀଢି ଯେଉଁମାନେ ବିରଜା କ୍ଷେତ୍ର ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଏହା ସେମାନଙ୍କୁ ବିଶେଷ ସାହାଯ୍ୟ କରିବ ବୋଲି କହିଥିଲେ । ବିରଜା ସଂସ୍କୃତି ପ୍ରଚାର ସମିତି, ଯାଜପୁରର ଉପସଭାପତି ତଥା ବରିଷ୍ଠ ଆଇନଜିବୀ ବିବେକାନନ୍ଦ ମହାନ୍ତି ପଣ୍ଡିତ ଶ୍ରୀ ମିଶ୍ରଙ୍କର ଏହା ଏକ ଉତ୍ତମ ପ୍ରୟାସ ଯାହା ମା’ ବିରଜା ଓ ବିରଜା କ୍ଷେତ୍ରକୁ ଅଧିକ ଲୋକାଭିମୁଖୀ କରିବ ବୋଲି କହିବା ସହ ପୁସ୍ତକ ଉନ୍ମୋଚନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ତଥା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଉପସ୍ଥିତ ଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close