ସମ୍ଭବ ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳିତ

ଭଦ୍ରକ ; ୨୪/୦୩ ( ଶିବ ଶଙ୍କର ପଣ୍ଡାଙ୍କ ଠାରୁ ):  ସମ୍ଭବ ଫାଉଣ୍ଡେସନ, କୋଡ଼ଗମ୍ଭିର,ଭଦ୍ରକ ନିଜର ପ୍ରଥମ ଜନ୍ମ ଉତ୍ସବ ବା ବାର୍ଷିକ ଉତ୍ସବକୁ ଏକ  ନିଆରା ଢଙ୍ଗରେ ପାଳନ କରିଛି । ବର୍ତ୍ତମାନ ସମୟରେ ବାର୍ଷିକ ଉତ୍ସବକୁ ଚକାଚକ୍ୟ ସମାବେଶ କିମ୍ବା ମହା ଆଡମ୍ବରରେ ଆୟୋଜନ ନକରି ଏଭଳି ଏକ ଭିନ୍ନ ଚିନ୍ତାଧାରା ନେଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ କି  ଯେଉଁଥିରେ ପ୍ରତିଟି କାର୍ଯ୍ୟରେ ରହିଥିଲା ସମାଜ ପରିବର୍ତ୍ତନ ପାଇଁ ଗୋଟିଏ ଗୋଟିଏ ବାର୍ତ୍ତା ଓ ଉଦାହରଣ । ବାର୍ଷିକ ଉତ୍ସବ ପାଇଁ ସଂଗଠନ ତରଫରୁ ସମସ୍ତ ସଦସ୍ୟ ଓ ସଦସ୍ୟା ପ୍ରଥମେ ଡାହାଣୀ ଗଡିଆ ସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସଫା କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦେଶରେ ସ୍ଵାଧୀନତା ପାଇଁ ସହିଦ ହୋଇଥିବା ତିନି ମହାନ ବୀରପୁରୁଷ ଶହିଦ ଭଗତ ସିଂ, ରାଜଗୁରୁ ଏବଂ ଶୁକଦେବ ଙ୍କୁ ବଳିଦାନ ଦିବସରେ ମନେ ପକାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

ପରେ ସଙ୍ଗଠନର ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ଆପଣ ଏକା ନୁହଁନ୍ତି ଆମେ ଅଛୁ ଆପଣଙ୍କ ସାଥିରେ” ଜରିଆରେ ରାସ୍ତାରେ ବୁଲୁଥିବା ମାନସିକ ବିକୃତ ମଣିଷ ମାନଙ୍କୁ ଧରି ସେମାନଙ୍କୁ କ୍ଷୀର ଦାନ କରିବା ସହ ତାଙ୍କୁ  ଗାଧୋଇ ସଫା ସୁତୁରା କରିବା ସହ ନୂତନ  ବସ୍ତ୍ର ପିନ୍ଧାଇ ଖାଇବାକୁ ଖାଦ୍ୟ ଦେଇଥିଲେ। ଏଥି ସହ ବର୍ଷକ ବାର ମାସ ଖରା ବର୍ଷା ଶୀତରେ ରହି ନିଜର କାର୍ଯ୍ୟ ଓ ଦାୟିତ୍ଵକୁ ସୂଚାରୁ ରୂପେ ସମ୍ପାଦନ କରୁଥିବା ଏବଂ ସଡ଼କ ସୁରକ୍ଷା ଉପରେ ସଚେତନ କରୁଥିବା ଟ୍ରାଫିକ ପୋଲିସ ମାନଙ୍କୁ କାର୍ଯ୍ୟରତ ଥିବା ସମୟରେ ସେମାନଙ୍କ ନିଃସ୍ଵାର୍ଥପର ସେବାକୁ ସମ୍ମାନ ଜଣାଇ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଏବଂ ସଡ଼କ ସୁରକ୍ଷା ଉପରେ ସେମାନଙ୍କ ସହ ରହି କିପରି ସହଯୋଗ କରିହେବ ସେ ବିଷୟରେ ସେମାନଙ୍କ ଆଲୋକପାତ କରିଥିଲେ । ପରିଶେଷରେ ସହରରେ ଭଦ୍ରକ ଷ୍ଟେସନ ଠାରୁ ବନ୍ତ ଛକ ଯାଏ ରହୁଥିବା ଅସହାୟ,ଦୁଃଖୀ,ନିରାଶ୍ରୟ, ଦିବ୍ୟଙ୍ଗ ଲୋକମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ବଣ୍ଟନ କରିଥିଲେ । ସଙ୍ଗଠନର ସମସ୍ତ ସଦସ୍ୟ ଓ ସଦସ୍ୟା ଏଥିରେ ସହଯୋଗ କରିବା ସହ ଆଗାମୀ ଦିନରେ ସମାଜ ପରିବର୍ତ୍ତନ ପାଇଁ ଏଭଳି କାର୍ଯ୍ୟକ୍ରମକୁ ଆହୁରି ତ୍ଵରାନିତ କରାଯିବ ବୋଲି ସଙ୍ଗଠନ ତରଫରୁ କୁହାଯାଇଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close