ଧର୍ମଶାଳାର ବେତଣ୍ଡା ଜଗନ୍ନାଥ ମନ୍ଦିର ନେଇ ଆନ୍ଦୋଳନ: ମୁହଁରେ କଳା କପଡା ବାନ୍ଧି ପ୍ରତିବାଦ

ଧର୍ମଶାଳା,୨୦/୩: ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ମଣ୍ଡଳୀ ରସୁଲପୁର ତହସିଲ ଅଧୀନ ବାରବାଟୀ ପଂଚାୟତରେ ଅବସ୍ଥିତ ଐତିହାସିକ ପ୍ରସିଦ୍ଧ ବେତଣ୍ଡା ଜଗନ୍ନାଥ ମନ୍ଦିର । ଏହା ସ୍ଥାନୀୟ ତଥା ଧର୍ମଶାଳା ଅଂଚଳର ଗର୍ବ, ଗୌରବ ଓ ଗରିମାର ଜ୍ଜ୍ୱଳନ୍ତ ଜୀବନ୍ତ ପ୍ରତୀକ । ମନ୍ଦିରର ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଜନପ୍ରତିନିଧି ଓ ପ୍ରଶାସକଙ୍କ ତରଫରୁ ସାମାନ୍ୟତମ ଉଦ୍ୟମ କରାଯାଇ ନାହିଁ । ଫଳରେ ମନ୍ଦିରଟି ଆଜି ଧ୍ୱଂସାଭିମୁଖୀ । ଏହାର ପ୍ରତିବାଦରେ ଗତ କାଲି ଶୁକ୍ରବାର ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମନ୍ଦିର ସୁରକ୍ଷା କମିଟି ଗଠିତ ହେବା ସହ ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କୁ କମିଟିର ସଭାପତି କରାଯାଇଛି । ଜଗନ୍ନାଥ ପ୍ରେମୀ ଭକ୍ତମାନେ ମୁହଁରେ କଳାପଟି ପିନ୍ଧି ମନ୍ଦିର ପ୍ରତି ସରକାରୀ ଉଦାସୀନତା ପାଇଁ ପ୍ରତିବାଦ କରିବା ଘଟଣା ସାଧାରଣରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି । ବୈଠକରେ ସତୀଶ ବିଶ୍ୱାଳଙ୍କ ବିସ୍ପୋରକ ବୟାନ ସାଧାରଣରେ ବେଶ ଆଲୋଡନ ସୃଷ୍ଟି କରିଛି । ସତୀଶ କହିଥିଲେ ଯେ, କେଉଁ କାଳରୁ ବ୍ରାହ୍ମଣୀ ନଦୀରୁ ଗବଖରା ନାଳ ଦେଇ ଭାସି ଯାଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୂଙ୍କୁ ଏଠାରେ ବିଜେ କରାଯାଇ ମନ୍ଦିର ନିର୍ମାଣ କରାଯାଇଥିଲା । ସେହିପରି ନଦୀରେ ଭାସି ଆସିଥିବା ବଳଦେବଙ୍କୁ ନେଇ କେନ୍ଦ୍ରାପଡାରେ ବଳଦେବ କ୍ଷେତ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ନେଇ ଆଳି କନିକାରେ ସୁଭଦ୍ରା କ୍ଷେତ୍ର ପ୍ରତିଷ୍ଠା କରାଯାଇ ଥିବାର କିମ୍ବଦନ୍ତି ରହିଛି । ଅନ୍ୟ ଦୁଇ କ୍ଷେତ୍ରର ବିକାଶ ହୋଇଥିବା ବେଳେ ଏଠାରେ ରାଜନୈତିକ ଇଛାଶକ୍ତିର ଅଭାବରୁ ବେତଣ୍ଡା ଜଗନ୍ନାଥ ମନ୍ଦିର ଅବହେଳିତ ହୋଇ ଧ୍ୱଂସାଭିମୁଖୀ ହୋଇଛି । କେବଳ ବାର୍ଷିକ ମେଳଣ ଉତ୍ସବ ବ୍ୟତୀତ ଠାକୁରଙ୍କ ଅନ୍ୟ କୌଣସି ପର୍ବ ଏଠାରେ ପ୍ରାୟତଃ ପାଳିତ ହେଉ ନ ଥିବା ବେଳେ ଟ୍ରଷ୍ଟି ରସୁଲପୁର ତହସିଲଦାର ମନ୍ଦିର ପରିଚାଳନାରେ ବିଭିନ୍ନ ବର୍ଷରେ ଅଢେଇ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବ୍ୟୟ କରନ୍ତି । ଏଭଳି କିମ୍ବଦନ୍ତି ସମ୍ପନ୍ନ ମନ୍ଦିର ସହ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଆଧ୍ୟାତ୍ମିକ ଆବେଗପୂର୍ଣ୍ଣ ସମ୍ପର୍କ ରହିଛି । ଠାକୁରଙ୍କର ୮୮ ଏକର ଭୂସମ୍ପତି କେବଳ ବେତଣ୍ଡା, ପଲାର ଅଣ୍ଡେଇଗଡା, ଢିହକୁରାଂଶ ମୌଜାରେ ରହିଛି ବୋଲି ପ୍ରଶାସନ ସ୍ୱୀକାର କରିଛି । ହେଲେ ଏହାବାଦ ବହୁ ଭୂସମ୍ପତି ପୁରୀ ପର୍ଯ୍ୟନ୍ତ ଥିଲେ ବି ଏବେ ଏହି ଜମି ପ୍ରଭାବଶାଳୀଙ୍କ କବଜାରେ ରହିଛି । ପ୍ରଶାସନିକ ଉଦାସୀନତା ପାଇଁ ଏହାବାଦ ଅନେକ ମୂଲ୍ୟବାନ ଜମିକୁ କାଗଜପତ୍ରରେ ମଧ୍ୟ କେତେକ ପ୍ରଭାବଶାଳୀ ମାଲିକ ହୋଇଗଲେଣି । ଏହି ଜମି ଠାକୁରଙ୍କ ନିକଟକୁ ଫେରି ଆସିବା ପାଇଁ ପ୍ରଶାସନ ତରଫରୁ କୌଣସି ଉଦ୍ୟମ କରାଯାଇ ନାହିଁ । ଶ୍ରୀ ଜଗନ୍ନାଥ ସଂସ୍କୃତି ଏବଂ ଐତିହାସିକ କିର୍ତିରାଜୀର ସୁରକ୍ଷା କ୍ଷେତ୍ରରେ ନବୀନ ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ହେଲେ ଭାଙ୍ଗି ରୁଜି ପଡୁଥିବା ଏହି ମନ୍ଦିରଟି ମାଟିରେ ମିଶିବାକୁ ଯାଉଥିଲେ ମଧ୍ୟ ମନ୍ଦିରର ସୁରକ୍ଷା ଏବଂ ପୁନଃରୁଦ୍ଧାର ପାଇଁ ଧର୍ମଶାଳାର ଜନପ୍ରତିନିଧି ଏବଂ ଟ୍ରଷ୍ଟି ଦାୟିତ୍ୱରେ ଥିବା ତହସିଲଦାର ମହୋଦୟ ସରକାରଙ୍କୁ ଖଣ୍ଡିଏ ଚିଠି ବି ନ କରିବା ଅତ୍ୟନ୍ତ ଦଃୁଖଦାୟକ ଏବଂ ଦଃୁଭାଗ୍ୟଜନକ ବୋଲି ସତୀଶ କହିଛନ୍ତି । ସେ ଜଣାଇଛନ୍ତି ଯେ, ୨୦୧୫-୧୬ , ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ଆର୍ଥିକ ବର୍ଷରେ ମନ୍ଦିର ପରିଚାଳନାରେ ଯଥାକ୍ରମେ ୧ଲକ୍ଷ ୪୦ ହଜାର ୨୦୮ ଟଙ୍କା, ୩ ଲକ୍ଷ ୫ ହଜାର ୩୦୪ ଟଙ୍କା, ୨ ଲକ୍ଷ ୭୭ ହଜାର ୩୭୫ ଟଙ୍କା, ୨ଲକ୍ଷ ୮୬ ହଜାର ୫୩ ଟଙ୍କା, ୨ ଲକ୍ଷ ୬୯ ହଜାର ୯୭୮ ଟଙ୍କା ୮୫ ପଇସା ବ୍ୟୟ କରାଯାଇ ଥିବାର ପ୍ରଶାସନ ସ୍ୱୀକାର କରିଛି । ହେଲେ ଭଙ୍ଗା ମନ୍ଦିରକୁ ସୁରକ୍ଷିତ କରିବା ପାଇଁ ପ୍ରଶାସନ ତରଫରୁ ଆଦୌ ଉଦ୍ୟମ ହେଉନାହିଁ । ଏଥିପାଇଁ ଅଯଥାରେ ସରକାର ବଦନାମ ହେଉଛନ୍ତି ବୋଲି ସେ ଆରୋପ କରିଛନ୍ତି । ଏଥିପାଇଁ ସ୍ଥାନୀୟ ପ୍ରଶାସନ ହିଁ ଦାୟୀ! ଏହାର ପ୍ରତିବାଦରେ ଆନ୍ଦୋଳନ ଯୋରଦାର ହେବା ସହ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବାଇଧର ରାଉତ, କୁଳମଣୀ ରଥ, ସାନନ୍ଦ ସ୍ୱାଇଁ, ଅଭୟ ସାମଲ, ଜିତେନ୍ଦ୍ର ମଲିକ, ପୂର୍ଣ୍ଣଚନ୍ଦ୍ର ସାମଲ, ଜିତେନ୍ଦ୍ର ମଲିକ, ଅଭିମନ୍ୟୁ ପାତ୍ର, ସରୋଜ କୁମାର ରାଉତ, ପ୍ରଦୀପ ଦାସ, କ୍ଷୀରୋଦ କାଣ୍ଡି, ବିନୋଦ ନାୟକ, କାହ୍ନୁ ଚରଣ ନାୟକ, ବୈରାଗୀ ସ୍ୱାଇଁ, ବିକ୍ରମ ରାଉତ, ଶଙ୍କର୍ଷଣ ପଣ୍ଡା ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ନିଜର ମତ ଉପସ୍ଥାପନ କରିଥିଲେ । ସାଗର ସ୍ୱାଇଁ ପ୍ରାରମ୍ବିକ ସୂଚନା ଏବଂ ନାରାୟଣ ରଥ ଧନ୍ୟବାଦ ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close