ଲକ୍ଷ୍ମୀନଗର ଗ୍ରାମରେ ବାବା ଚନ୍ଦନେଶ୍ଵେର ମହାଦେବଙ୍କ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ
ଯାଜପୁର;୦୯/୦୩ (ବସନ୍ତ କୁମାର ପାତ୍ରଙ୍କ ଠାରୁ): ପଛିକୋଟ ପଞ୍ଚାୟତର ଲକ୍ଷ୍ମୀନଗର ଗ୍ରାମରେ ବାବା ଚନ୍ଦନେଶ୍ଵେର ମହାଦେବଙ୍କ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସ ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଥମେ ମଞ୍ଜୁରୀ ଲକ୍ଷ୍ମୀନଗର ଠାରୁ ଏକ କଳସ ଶୋଭାଯାତ୍ରା ବାହାରି ଗୟଳ ଗଡ଼ିଆ ଖମିଗାଂ ପରିକ୍ରମା କରି ବାବା ଚନ୍ଦନେଶ୍ବର ପିଠ ଠାରେ ପହଞ୍ଚି ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରାରେ ଶତାଧିକ ଭକ୍ତ ଯୋଗଦେଇଥିଲେ । ଏହି ପୂଜା ଯଜ୍ଞ ତିନି ଦିନ ପର୍ଯ୍ଯନ୍ତ ଚାଲିବ। ଏହା ସାରା ସମାଜର ମଙ୍ଗଳ କାମନା ଉଦେଶ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ପୂଜାକର୍ଯ୍ୟରେ ଚନ୍ଦନେଶୂର କମିଟିର – ସଭାପତି ରାମଚନ୍ଦ୍ର ମଲ୍ଲିକ, କୋଷାଧକ୍ଷ ସୋମନାଥ ପଣ୍ଡା, ସମ୍ପାଦକ ଅଭିମନ୍ୟୁ ମଲ୍ଲିକ୍, ଲକ୍ଷ୍ମୀଧର ସ୍ୱାଇଁ, ପାଣ୍ଡବ ମଲିକ୍ ସନ୍ତୋଷ ସ୍ୱାଇଁ, ସୁବାଷ୍ ମଲିକ୍, ମଦନ ମଲିକ୍, ସାଗର ମଲିକ୍ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।
Live Share Market