ମୋ ପରିବାର ଏବଂ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ରକ୍ତ ଦାନ ଶିବିର
କଟକ, (ସନ୍ତୋଷ ରଥଙ୍କ ଠାରୁ): ଆଜି ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ମିଳିତ ଆନୁକୂଲ୍ୟରେ ସଭାପତି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ କଟକ ମହାନଗର ବିଜୁ ଛାତ୍ର ଜନତା ଦଳ ସଫଳତା ପୂର୍ବକ 110 ୟୁନିଟ ରକ୍ତ ସଂଗ୍ରହ କରିଥିଲା | ଏହି ଶିବିରରେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ମଧୁସୂଦନ ସାହୁ, ପ୍ରଫୁଲ୍ଲ ସିଂ, ମିଟା ନାୟକ, ପ୍ରଫୁଲ୍ଲ ବେହେରା, ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମି, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାପାତ୍ର, ନିଶିତା ପ୍ରିୟଦର୍ଶିନୀ ବିଶ୍ୱାଳ, ଶୁଭାଙ୍ଗି ରାୟ, ହରିଶଙ୍କର ରାଉତ ( ଛାତ୍ର ବ୍ୟାପାର ), କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ସ୍ମୃତିରଞ୍ଜନ ନାୟକ, କଟକ ମହାନଗର ବିଜୁ ଯୁବ ଜନତା ଦଳ ସଭାପତି ମନୋଜିତ ଦାସ, କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଆସିଫ ଅମିନ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ସମସ୍ତ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ |
ଏହି ଶିବିରରେ ଉପସଭାପତି ପିୟୁଷ ନାୟକ, ଶୁଭଙ୍କର ଦାସ, ଅବିଷେକ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନ୍ଦୀପ ସାହୁ, ସମ୍ପାଦକ ବିକାଶ କୁମାର ସାହୁ ଏବଂ ସୋସିଆଲ ମେଡ଼ିଆ ସଂଯୋଜକ ଅଂଶୁମାନ କାନୁନଗୋ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଆଗକୁ ବଢ଼ାଇଥିଲେ |
ReplyForward
|
Live Share Market