ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ପାଠପଢା ଓ ଦେୟ ଆଦାୟରେ ଅନିୟମିତତା ନେଇ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ମୁହାଁମୁହିଁ

  • ବ୍ୟାସନଗର;୦୬/୦୩ (ସୁଭେନ୍ଦୁ ନାୟକଙ୍କ ଠାରୁ) : ଯାଜପୁର ରୋଡ ବ୍ୟାସନଗର ମୁନିସିପାଲିଟି ଅନ୍ତର୍ଗତ ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ପାଠପଢା ଓ ଦେୟ ଆଦାୟରେ ଅନିୟମିତତା ଅଭିଯୋଗ। ଉଚ୍ଚ ନ୍ୟାୟାଳୟର  ନିର୍ଦେଶନାମାକୁ ବେଖାତିର କରିବା ,ଶିକ୍ଷା ଅଧିକାରୀ ବି ଇ ଓ /ଡି ଇ ଓ ଙ୍କ ନିର୍ଦେଶ କୁ ଅବମାନନା କରିବା ବିଦ୍ୟାଳୟକୁ ଏବେ ଭାରି ପଡିଛି।ଆଜି ସକାଳ 9ଟା ରୁ ରିଆଡିମିସନରେ ରିହାତି ଦାବୀରେ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ମୁହାଁମୁହିଁ ହୋଇଥିଲା ।  ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକଙ୍କ ସାମ୍ନାକୁ ନ ଆସି ଅଧ୍ୟାପକଙ୍କ ସହାୟତା ଲୋଡିଥିଲେ।ଘଟଣା ସ୍ଥଳରେ ବ୍ୟାସନଗର ପୋଲିସ୍ ପହଞ୍ଚି  ବୁଝାସୁଝା କରୁଛି। ବିଦ୍ୟାଳୟର ଏହି ମାନମାନୀ ବ୍ୟାସନଗରରେ ଚର୍ଚ୍ଚାର ବିଷୟ ହୋଇଛି।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close