ଅବସରପ୍ରାପ୍ତ ଶିକ୍ଷକଙ୍କ ବିୟୋଗ
ବ୍ୟାସନଗର:( ବିଶ୍ବରଞ୍ଜନ ପଟ୍ଟନାୟକଙ୍କ ଠାରୁ) ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ପ୍ରାଣବନ୍ଧୁ ଦାଶଙ୍କର ବୁଲେଇପୁରସ୍ଥିତ ଜନ୍ମିତ ବାସଭବନରେ ପରଲୋକ ହୋଇଯାଇଛି ମୁର୍ତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା, ବିଂଝାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁର ପଞ୍ଚାୟତ ଅଧୀନ ବୁଲେଇପୁର ଗ୍ରାମରେ ୧୯୩୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ଛାତ୍ର ବଚ୍ଛଳ, କର୍ତଵ୍ୟ ନିଷ୍ଠ, ପରୋପକାରୀ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ। ଗୁରୁବାର ଦିବା ୧୧ଘଟିକା ସମୟରେ ସେ ହଠାତ ଅସୁସ୍ଥତା ଅନୁଭବ କରି ନିରବୀ ଯିବାରୁ ତାଙ୍କୁ ସେହି ମୁହୂର୍ତରେ ମେଡିକାଲ ନିଆଯାଇଥିଲା, ସେଠାରେ ଡାକ୍ତର ସୂଂଧାଂଶୁ ଶେଖର ବଳ ତାଙ୍କୁ ମୂର୍ତ ବୋଲି ଘୋଷଣା କରିଥିଲେ। ତାଙ୍କ ମୁର୍ତ୍ତୁ ଶଯ୍ୟା ନିକଟରେ ସାନଭାଇ ଧରଣି ଧର ଦାଶ, ପୁତ୍ର ଗଙ୍ଗାଧର ଦାଶ, ଗଦାଧର ଦାଶ, ବିଦ୍ୟାଧର ଦାଶ, ବୋହୁ ଭଗବତୀ ଦାଶ, ସଂଗୀତା ମିଶ୍ର, ଶଶିକଳା ଦାଶ, ଶିବାନୀ ଦାଶ, ଝିଅ ସୁବାସିନୀ ଦାଶ, ପ୍ରମୁଖ ଉପସ୍ଥିତ ଥିଲେ, ପୁତ୍ର ଗଦାଧର ଦାଶ ମୁଖାଗ୍ନି ଦେଇ ଥିବା ବେଳେ ଶେଷକୃତ୍ୟ ସମୟରେ ସମଗ୍ର କୁଟୁମ୍ବ ଭାଇ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ, ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି, ପୁରାତନ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ପ୍ରମୁଖ ଗଭୀର ଶୋକ ପ୍ରକଟ କରିଛନ୍ତି।