ଦରଦାମ ବୃଦ୍ଧି ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ଡାକରାରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡିଶାବନ୍ଦ ପାଳିତ

ଭଦ୍ରକ;୧୫/୦୨: (ସନ୍ତୋଷ କୁମାର ପଣ୍ଡାଙ୍କ ଠାରୁ) ଦରଦାମ ବୃଦ୍ଧି ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ଡାକରାରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡିଶା ବନ୍ଦ ପାଳନ କରାଯାଇଥିଲା। କେନ୍ଦ୍ରର ବିଜେପି ସରକାରଙ୍କ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସହରର ମୁଖ୍ୟରାସ୍ତାକୁ ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରାଯାଇଥିଲା। ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦପାଳନ କରାଯାଇଥିଲା। ବିଭିନ୍ନ ବ୍ୟବସାୟୀ ମହାସଂଘ ଏଥିରେ ଯୋଗ ଦେଇଥିଲେ। ବାରମ୍ବାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଦପ୍ତର,ବ୍ୟାଙ୍କ ଓ କଳକାରଖାନା ବନ୍ଦ ରଖିବା ସହିତ ଦୋକାନ ବଜାର ବନ୍ଦ କରାଯାଇଥିଲା। ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିଲା। ଜିଲ୍ଲା ସଦର ମହକୁମା, କଚେରୀ ବଜାର,, ତିହିଡି, ପିରହାଟ, ଇଚ୍ଛାପୁର, ଦୋଳସାହି,ଅଲିନଗର , ନନ୍ଦପୁର ପ୍ରଭୃତି ଅଞ୍ଚଳରେ ଦୋକାନ ବଜାର ରାସ୍ତାଘାଟ ବନ୍ଦ କରାଯାଇଥିଲା। ବନ୍ଦ ପାଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close