ବୈତରଣୀରୋଡ ପ୍ରାଣକୃଷ୍ଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ହୃଦ୍‌ଘାତରେ ପରଲୋକ, ବିଭିନ୍ନ ମହଲରେ ଶୋକ

କୋରେଇ, ୧୩/୧୨(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲ୍ଲା କୋରେଇ ବ୍ଲକର ବୈତରଣୀରୋଡ ପ୍ରାଣକୃଷ୍ଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ବର୍ଷ ହୋଇଥିଲା । ସେ ପ୍ରାଣକୃଷ୍ଣ ମହାବିଦ୍ୟାଳୟରେ ସଫଳତାର ସହ ୫ ବର୍ଷ ପାଖାପାଖି ଅଧ୍ୟକ୍ଷ ଭାର ସମ୍ଭାଳିବା ପରେ ତାଙ୍କର ଯାଜପୁର ଟାଉନ ସ୍ଥିତ ବିରଜା ମହିଳା ମହାବିଦ୍ୟାଳୟକୁ ବଦଳି ହୋଇଥିଲା । ସେଠାରୁ ସେ ଦକ୍ଷତାର ସହ କାର୍ଯ୍ୟକରି ୨୦୧୩ ମସିହାରେ ଚାକିରୀରୁ ଅବସର ଗ୍ରହଣ କରି ନିଜ ଗାଁ କୋରେଇ ବ୍ଲକର କାଚରାସାହି ପଂଚାୟତର ସଗାଁରେ ବାସ କରି ବିଭିନ୍ନ ସାମାଜିକ, ଧାର୍ମିକ ଓ ଜନହିତକର କାର୍ଯ୍ୟରେ ସାମିଲ ଥିଲେ । ତାଙ୍କର ପରଲୋକ ଖବର ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ମୃତ୍ୟୁ ଖବର ପାଇ ବହୁ ବ୍ୟକ୍ତିବିଶେଷ ସଗାଁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି । କୋରାଇ ବିଧାୟକ ଅଶୋକ ବଳ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ବିଜେଡି ନେତା ଭକ୍ତ ଭତ୍ସଳ ସ୍ୱାଇଁ, ଭିକାରୀ ବରାଳ, ଧନେଶ୍ୱର ବାରିକ, ବୈତରଣୀରୋଡ ପ୍ରାଣକୃଷ୍ଣ କଲେଜର ପୂର୍ବତନ ଅଧ୍ୟକ୍ଷ ଦୁଷ୍ମନ୍ତ ନାୟକ, ଓଡ଼ିଆ ବିଭାଗ ପ୍ରଧ୍ୟାପକ ଗୋକୁଳି ବିଶ୍ୱାଳ, ତାଙ୍କର ଝିଆରୀ ଜ୍ୱାଇଁ ତଥା ଯାଜପୁରରୋଡ ଇନ୍ଧିରା ଗାନ୍ଧୀ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ତାଙ୍କ ବାସ ଭବନରେ ପହଚିଂ ତାଙ୍କର ଶେଷ ଦର୍ଶନ କରିଥିଲେ । ବନ୍ଧୁ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।
ସୂଚନାଯୋଗ୍ୟ, ୰ ମହାପାତ୍ରଙ୍କ ୩ ପୁଅ ଓ ଗୋଟିଏ ଝିଅ । ବଡ ପୁଅ ଜ୍ୟୋତିଶଙ୍କର ଓ ସାନପୁଅ ସିଦ୍ଧାର୍ଥଶଙ୍କର ବ୍ୟବସାୟୀ ହୋଇଥିବା ବେଳେ ମଝିଆ ପୁଅ ଗୈାରୀଶଙ୍କର କାଚରାସାହି ଗ୍ରାମ ପଂଚାୟତର ବିଜେଡି ସଭାପତି ଅଛନ୍ତି । ଏକମାତ୍ର ଝିଅ ସିଗ୍‌ନ୍ଧାରାଣୀ ବିବାହିତ । ତାଙ୍କର ପତ୍ନୀଙ୍କ ନାମ ଦମୟନ୍ତୀ । ୰ ମହାପାତ୍ର ଜଣେ ଦକ୍ଷ ଓ ଛାତ୍ରବତ୍ସଳ ଅଧ୍ୟାପକ ଭାବେ ବେଶ ଜଣାଶୁଣା ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close