ଡ଼ିସେମ୍ବର ୮ତାରିଖ ମଙ୍ଗଳବାର କୃଷକ ସଙ୍ଗଠନ ତରଫରୁ ରାଷ୍ଟ୍ରବ୍ୟାପୀ ଭାରତ ବନ୍ଦ ଡ଼ାକରା
ନୂଆଦିଲ୍ଲୀ ; ୦୭/୧୨ : ଆସନ୍ତାକାଲି (୮ଡ଼ିସେମ୍ବର ମଙ୍ଗଳବାର) କୃଷକ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସନ୍ଧ୍ୟା ଯାଏଁ ଏହି ବନ୍ଦ ପାଳନକୁ ଅନେକ ସଂଗଠନ ତରଫରୁ ସମର୍ଥନ ମିଳିଛି। ଏହି ଆନ୍ଦୋଳନକୁ ବିରୋଧୀ ଦଳ, ଟ୍ରେଡ଼ ୟୁନିଅନ ,ଅଟୋ,ଟ୍ୟାକ୍ସି ୟୁନିଅନ ମଧ୍ୟ ସମର୍ଥନ କରିଛନ୍ତି।ଦେଶର ରାଜଧାନୀ ଦିଲ୍ଲୀ ,ପଞ୍ଜାବ ଓ ହରିୟାଣାରେ ବିଶେଷ କରି ଏହାର ପ୍ରଭାବ ଦେଖାଯିବାର ଆଶଙ୍କା ରହିଛି। ଏହି ବନ୍ଦ ସମୟରେ କେବଳ ଆମ୍ବୁଲାନ୍ସ ସେବା ଏବଂ ଜରୁରୀ କାଳୀନ ସେବାକୁ ଛାଡି ସମସ୍ତ ଦୋକାନ ବଜାର ଗାଡି ଚଳାଚଳ ବନ୍ଦ ରହିବାର ସମ୍ଭାବନା ଅଛି। ଏଥି ସହିତ ଅନେକ ବ୍ୟାଙ୍କ ୟୁନିଅନ ମଧ୍ୟ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। କୃଷକଙ୍କ ସମର୍ଥନରେ ଅଲ ଇଣ୍ଡିଆ ଟ୍ରେଡ଼ ୟୁନିଅନ କଂଗ୍ରେସ(AITUC) , ହିନ୍ଦୁ ମଜଦୂର ସଭା ( HMS) , ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ଼ ୟୁନିଅନ(CITU) , ଅଲ ଇଣ୍ଡିଆ ୟୁନାଇଟେଡ଼ ଟ୍ରେଡ଼ ୟୁନିଅନ ସେଣ୍ଟର (AIUTUC) , ଇଣ୍ଡିଆନ ନ୍ୟାସନାଲ ଟ୍ରେଡ଼ ୟୁନିଅନ କଂଗ୍ରେସ (INTUC) ଏବଂ ଟ୍ରେଡ଼ ୟୁନିଅନ କୋର୍ଡିନେସନ ସେଣ୍ଟର(TUCC) ମଧ୍ୟ ସାମିଲ ରହିଛି।