ଡ଼ିସେମ୍ବର ପହିଲାରୁ ଇ-ଚାଲାଣ, ସୂଚନା ଦେଲେ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ
ଭୁବନେଶ୍ୱର ; ୦୨/୧୨ (ଜ୍ୟୋତି ରଞ୍ଜନଙ୍କ ଠାରୁ): ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କ ସୂଚନାନୁଯାୟୀ ମୋଟର ଯାନ ଆଇନ ଉଲଂଘନ ଅଭିଯୋଗରେ ଆଦାୟ ହେଉଥିବା ଜୋରିମାନା କେବଳ ଇ-ଚାଲାଣ ମାଧ୍ୟମରେ କଟାଯିବ । ରାଜ୍ୟର ବିଭିନ୍ନ ଥାନାକୁ ୭୦୦ଶହ ଇ-ଚାଲାଣ ପିଓଏସ(ପଏଣ୍ଟ ଅଫ ସର୍ଭିସ)ଯନ୍ତ୍ର ଯୋଗାଇ ଦିଆଯାଇଛି। କୌଣସି ବି ଆଦାୟ ରସିଦ ମାଧ୍ୟମରେ କଟାଯିବ ନାହିଁ। ପୋଲିସ ଅଧିକାରୀ ଏବଂ ମୋଟର ଯାନ ବିଭାଗ ଅଧିକାରୀ କୌଣସି ଚାଳକଙ୍କ ଠାରୁ ଦଣ୍ଡ ଆଦାୟ କରୁଥିବା ବେଳେ କେବଳ ଇ-ଚାଲାଣ ବ୍ୟବହାର କରିବେ।ଡ଼ିସେମ୍ବର ୧ରୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରସିଦ ବହି ଚାଲାଣରେ ଅନିୟମିତତା ଲକ୍ଷ୍ୟ କରାଯାଉଥିବାରୁ ଏହି ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।
Live Share Market