ଡ଼ିସେମ୍ବର ପହିଲାରୁ ଇ-ଚାଲାଣ, ସୂଚନା ଦେଲେ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ

ଭୁବନେଶ୍ୱର ; ୦୨/୧୨ (ଜ୍ୟୋତି ରଞ୍ଜନଙ୍କ ଠାରୁ): ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ  ସଚିବ ମଧୁସୂଦନ ପାଢ଼ୀଙ୍କ ସୂଚନାନୁଯାୟୀ ମୋଟର ଯାନ ଆଇନ ଉଲଂଘନ ଅଭିଯୋଗରେ ଆଦାୟ ହେଉଥିବା ଜୋରିମାନା କେବଳ ଇ-ଚାଲାଣ ମାଧ୍ୟମରେ କଟାଯିବ । ରାଜ୍ୟର ବିଭିନ୍ନ ଥାନାକୁ ୭୦୦ଶହ ଇ-ଚାଲାଣ ପିଓଏସ(ପଏଣ୍ଟ ଅଫ ସର୍ଭିସ)ଯନ୍ତ୍ର ଯୋଗାଇ ଦିଆଯାଇଛି। କୌଣସି ବି ଆଦାୟ ରସିଦ ମାଧ୍ୟମରେ କଟାଯିବ ନାହିଁ। ପୋଲିସ ଅଧିକାରୀ ଏବଂ ମୋଟର ଯାନ ବିଭାଗ ଅଧିକାରୀ କୌଣସି ଚାଳକଙ୍କ ଠାରୁ ଦଣ୍ଡ ଆଦାୟ କରୁଥିବା ବେଳେ କେବଳ ଇ-ଚାଲାଣ ବ୍ୟବହାର କରିବେ।ଡ଼ିସେମ୍ବର ୧ରୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରସିଦ ବହି ଚାଲାଣରେ ଅନିୟମିତତା ଲକ୍ଷ୍ୟ କରାଯାଉଥିବାରୁ ଏହି ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close