‘ନାଇଜର’ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଯାଜପୁରରୋଡ କଳିଙ୍ଗ ଜାଭିୟର୍ସ କଲେଜର ଛାତ୍ର ସୁନୀଲ, ବିଭିନ୍ନ ମହଲରୁ ସ୍ୱାଗତ
ଭୁବନ/ଢ଼େଙ୍କାନାଳ/ବ୍ୟାସନଗର, ୨୭/୧୧(ସଚ୍ଚିଦାନନ୍ଦ ନାଥ/ସୈାଭାଗ୍ୟ ମୁହୁଲି/ବିଦ୍ୟୁତ୍ପ୍ରଭା ରାୟଙ୍କ ଠାରୁ): ଯାଜପୁର ଜିଲ୍ଲାର ବ୍ୟାସନଗର ପୈାର ପରିଷଦର ଯୋଡାବର ଠାରେ ଥିବା ‘କଳିଙ୍ଗ ଜାଭିୟର୍ସ କଲେଜ’ର (୨୦୧୭ ରୁ ୨୦୧୯) ଛାତ୍ର ସୁନୀଲ ରାଉଳ କଲେଜ ସହ ନିଜ ଅଂଚଳ ତଥା ଢ଼େଙ୍କାନାଳ ପାଇଁ ଗୈାରବ ଆଣିଛନ୍ତି । ସୁନୀଲ ଯାଜପୁରରୋଡରେ ଜାଭିୟର୍ସ କଲେଜରେ ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ +୨ ବିଜ୍ଞାନରେ ସଫଳତାର ସହ ଉତୀର୍ଣ୍ଣ ହେଲା ପରେ ଚଳିତ ବର୍ଷ ‘ନାଇଜର’ ପ୍ରବେଶିକା ପରୀକ୍ଷା ଦେଇ ସଫଳତା ଅର୍ଜ୍ଜନ କରିବା ସହ ଭାରତୀୟ ନୈାସେନାରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି । ମାତ୍ର ସୁନୀଲ ଜଣେ ବୈଜ୍ଞାନିକ ହେବା ପାଇଁ ସ୍ୱପ୍ନ ଦେଖିଥିଲେ ବୋଲି କହିଛନ୍ତି । ଭବିଷ୍ୟତରେ ଜଣେ ସଫଳ ବୈଜ୍ଞାନିକ ଭାବେ ପ୍ରତିଷ୍ଠା ଅର୍ଜ୍ଜନ କରିବା ସହ ନିଜ ଜନ୍ମ ମାଟି, ସ୍କୁଲ, କଲେଜର ନାମ ଟେକ ରଖିବେ ବୋଲି ସେ ଆଶାର୍ଥୀ ଅଛନ୍ତି । କଳିଙ୍ଗ ଜାଭିୟର୍ସ ସେକେଣ୍ଡାରୀ କଲେଜର ଅଧ୍ୟକ୍ଷ ଅଶୋକ କୁମାର ସ୍ୱାଇଁ, ଯାଜପୁରରୋଡ ଲକ୍ଷ୍ମୀନଗର ସ୍ଥିତ ସେଂଟ ଜାଭିୟର୍ସ ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ପ୍ରଦୀପ କୁମାର ତ୍ରିପାଠୀ, ଉଭୟ ଜାଭିୟର୍ସ କଲେଜ ଓ ସ୍କୁଲର ସଂପାଦକ ରାଜୀବ ମହାନ୍ତି, ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ସୁନୀଲଙ୍କୁ ଆଶ୍ରୀବାଦ ଜଣାଇବା ସହ ତାଙ୍କର ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସୁଚନାଯୋଗ୍ୟ, ସୁନୀଲଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମରେ । ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ରାଉଳ । ସୁନୀଲ ଏହି ସଫଳତା ବାଲିବୋ ଗ୍ରାମ ଓ ଭୁବନ ଅଂଚଳରେ ଆନନ୍ଦ ଖେଳାଇଦେଇଛି । ଆଜି ସୁନୀଲ ଯାଜପୁରରୋଡକୁ ଆସିଥିବା ବେଳେ ନିଜର ପୁରୁଣା ଶିକ୍ଷାନୁଷ୍ଠାନ ତଥା ଜାଭିୟର୍ସ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।