ବ୍ୟାସନଗରରେ ପରିବାର କଳହରୁ ମହିଳାଙ୍କ ବେକରେ ରସି ଲଗାଇ ଆତ୍ମହତ୍ୟା ସନ୍ଦେହ

ବ୍ୟାସନଗର, ୨୭/୧୧(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ଯାଜପୁରରୋଡ ଆଦର୍ଶ ଥାନା ତଥା ବ୍ୟାସନଗର ପୈାରପାଳିକା ୨୬ ନଂ. ୱାର୍ଡ ଅର୍ନ୍ତଗତ ଡାଇସାହିରେ ଆଜି ଅପରାହ୍ନ ପ୍ରାୟ ୪ଟା ରୁ ୫ଟା ମଧ୍ୟରେ ମାନା ଦାସ ନାମକ ଜନୈକ ମହିଳା (ବୟସ ୨୭ ବର୍ଷ ପାଖାପାଖି) ପରିବାର କଳହରୁ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବାର ପାରିପାଶ୍ୱିର୍କ ସ୍ଥିତି ଓ ପାଖପଡୋଶୀଙ୍କ କହିବାରୁ ଜଣାଯାଇଛି । ସୂଚନାଯୋଗ୍ୟ, ମାନାଙ୍କ ସ୍ୱାମୀ ସୁନୀଲ ଦାସ ଜଣେ ଗାଡି ଚାଳକ । ତାଙ୍କର ୨ଟି ଝିଅ । ତାଙ୍କର ୮-୧୦ ବର୍ଷର ବଡ ଝିଅ ମାମୁଁ ଘରେ ରହୁଥିବା ବେଳେ ୩ ବର୍ଷର ସାନ ଝିଅ ସେମାନଙ୍କ ପାଖରେ ରହେ । ସୁନୀଲ ଅଧିକାଂଶ ସମୟ ମଦ ପିଇ ଆସି ଘରେ ଝଗଡା ଝାଂଟି କରେ ବୋଲି ପାଖ ପଡୋଶୀ କହନ୍ତି । ସେ ସ୍ତ୍ରୀକୁ ମାଡଧର ମଧ୍ୟ କରେ ବୋଲି ପାଖ ଲୋକେ କହନ୍ତି । ସେମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ । ଆଜି ସକାଳେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ଲୋକେ ଶୁଣିଛନ୍ତି । ଅପରାହ୍ନ ୩ଟା ୩୦ମି. ସମୟରେ ସୁନୀଲ ଘରକୁ ଆସି ଦେଖେ ତ ଭିତରୁ କବାଟ ଦିଆଯାଇଛି । ପରେ ପାଖ ପଡୋଶୀଙ୍କୁ ସେ ଡାକିଥିଲେ ଓ ପାଖ ଲୋକେ ସବୁଦିନିଆ ଝଗଡା ଭାବିଥିଲେ; ହେଲେ ମାନା ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବାର ପ୍ରାଥମିକ ସ୍ଥିତିରୁ ଜଣାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଆସି ଫେରିଯାଇଥିବା ବେଳେ କିଛି ସ୍ଥାନୀୟ ଯୁବକ ଓ ଲୋକେ ଏବେ ସେଠାରେ ଥିବାର ଦେଖ।ଯାଇଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକ ଦେଖାଦେଇଛି । କରୋନା ମହାମାରୀ ଜନିତ ଓ ବିଭିନ୍ନ ପ୍ରକାରର ମୃତ୍ୟୁ ସହରରେ ବଢ଼ି ବଢ଼ି ଚାଲିଥିବାରୁ ବୁଦ୍ଧିଜୀବୀଙ୍କ ମଧ୍ୟରେ ଶଙ୍କା ବୃଦ୍ଧି ପାଇଛି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close