ଶେଷରେ ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ଛାଡି ଚାଲିଯାଇଛି କାଳିଆ

କଟକ; ୨୬/୧୧: ବହୁ ଆଶା ଆକାଂକ୍ଷାରେ କଟକ ବଡ଼ ମେଡ଼ିକାଲରେ ସ୍ୱତନ୍ତ୍ର ଆଇସିୟୁରେ ଚିକିତ୍ସାଧୀନ ଥିବା କଳିଆର ବୁଧବାର ମୃତ୍ୟୁ ଘଟିଛି। ତାଙ୍କର ନିଶ୍ୱାସ ପ୍ରଶ୍ଵାସରେ କଷ୍ଟ ହେବାରୁ ତାଙ୍କୁ ଆଇସିୟୁ ରେ ରଖାଯାଇ ଚିକିତ୍ସା କରାଯାଉଥିଲା କିନ୍ତୁ ବିଧିର ବିଧାନ ଜଗା ଓ କାଳିଆଙ୍କୁ ଅଲଗା କରିଦେଇଛି। ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ୱେ କଳିଆକୁ ବଞ୍ଚାଇ ପାରିନଥିଲେ। ଜଗାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ବୋଲି ଜଣାପଡ଼ିଛି। ଏହି ଖବରକୁ ନେଇ ଓଡିଶା ତଥା ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା। ସୂଚନାଯୋଗ୍ୟ ଯେ ସେ ଦୁଇଜଣ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମିଲୁପଡା ଗ୍ରାମର ଭୂୟାଁ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କ ଯୋଡ଼ାମୁଣ୍ଡ ପୁଅ ଜଗା କାଳିଆ। ଶରୀର ଅଲଗା ଥିଲେ ହେଁ ଦୁହିଁଙ୍କ ମୁଣ୍ଡ ଲାଗି ରହିଥିଲା। ୨୦୧୭ ମସିହାରେ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାରରେ ଅଲଗା କରାଯାଇଥିଲା। ଦୀର୍ଘ ୭୮୨ଦିନ ଦିଲ୍ଲୀ ଏମ୍ସରେ ରହିବା ପରେ ସେ ଦୁଇଜଣଙ୍କୁ ୨୦୧୯ ସେପ୍ଟେମ୍ବରରେ କଟକ ବଡ଼ ଡ଼ାକ୍ତରଖାନାକୁ  ସ୍ଥାନାନ୍ତରିତ କରାଯାଇଥିଲା। ସରକାରଙ୍କ ତରଫରୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହ ସମ୍ପୂର୍ଣ୍ଣ ଦାୟିତ୍ବ ରାଜ୍ୟସରକାର ବହନ କରି ଆସୁଥିଲେ ହେଁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହେବା ସତ୍ୱେ ବୁଧବାର କାଳିଆ ଆରପାରିକୁ ଚାଲି ଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close