ଧାର୍ମିକ ମାସ କାର୍ତ୍ତିକରେ ଚନ୍ଦ୍ରଙ୍କର ନୂତନ ରୂପ, ବର୍ତମାନ ଆକାଶରେ ଚନ୍ଦ୍ରମଣ୍ଡଳ ମଧ୍ୟରେ ତାରା, ୨୦୨୦ ମସିହାକୁ ନେଇ ଚର୍ଚ୍ଚା
ଯାଜପୁର, ୨୫/୧୧ (ବିଦ୍ୟୁତ୍ପ୍ରଭା ରାୟ/ ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ୨୦୨୦ ମସିହା ଏକ ଚର୍ଚ୍ଚିତ ବର୍ଷ ଭାବେ ସାରା ବିଶ୍ୱରେ ଉନ୍ମାଦନା ସୃଷ୍ଟି କରିଛି । ‘କରୋନା’ ମହାମାରୀ ବର୍ଷର ଅଧିକାଂଶ ସମୟ ଅଗଣିତ ବିଶ୍ୱବାସୀଙ୍କୁ କଷ୍ଟ ଦେଇ ଚାଲିଛି । ବିଶ୍ୱ ଅର୍ଥନୀତି ଭୂଷୁଡିବାରେ ଲାଗିଛି । ବିଭିନ୍ନ ପ୍ରାକୃତିକ ବିତ୍ପାତ ସହ ରାଜନୈତିକ କ୍ରେଜ୍ ମଧ୍ୟ କମିବାରେ ଲାଗିଛି । ବହୁ ଲୋକେ ଦରଦାମର ଅହେତୁକ ବୃଦ୍ଧି ଓ କାମ ହରାଇବାର ସମସ୍ୟା ଯୋଗୁ ପ୍ରାୟତଃ ବର୍ଷ ତମାମ ଘାଂଟି ହୋଇ ଚାଲିଥିବା ବେଳେ ପ୍ରକୃତିର ଭିନ୍ନ ଭିନ୍ନ ଓ ବିଚିତ୍ର ରୂପ ଦେଖିବାକୁ ମିଳେ । ଏବର୍ଷ ଗ୍ରୀଷ୍ମ ଦିନେ ଗଛର ପତ୍ର କ୍ୱଚିତ୍ ଝଡିଥିଲା ଓ ବର୍ଷା ବର୍ଷା ଋତୁ ଠାରୁ ଅଧିକ ହୋଇଥିଲା । ଅଳ୍ପ କିଛି ଦିନ ତଳେ ଅପରାହ୍ନରେ ଏକ ବିସ୍ପୋରଣ ଭଳି ପ୍ରଚଣ୍ଡ ଶଦ୍ଦ ଶୁଣାଯାଇଥିଲେ ହେଁ ତା’ର କାରଣ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ । ପୁନଶ୍ଚ, ଆଜି ରାତ୍ରୀରେ ଓ ଏବେ ଆକାଶରେ ଚନ୍ଦ୍ରଙ୍କ ଚାରିପଟେ ଏକ ବଳୟ ଦେଖାଦେଇଥିବା ବେଳେ ତା’ର ମଝିରେ ଏକ ଉଜ୍ଜ୍ୱଳମୟ ତାରା ରହିଛି । ଏହାକୁ ଚନ୍ଦ୍ରମଣ୍ଡଳ କୁହାଯାଉଥିଲେ ହେଁ ଏହି ଦୃର୍ଶ୍ୟକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି ।