ଧର୍ମର ମାସ କାର୍ତ୍ତିକ ମାସ, ଏହି ସୋମବାରରେ ମାଟି ତଳୁ ଶିଵ ଲିଙ୍ଗ ଉଦ୍ଧାର
ଛତ୍ରପୁର; ୧୬/୧୧ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଚନ୍ଦ୍ରପଦା ଗ୍ରାମରେ ପବିତ୍ର କାର୍ତ୍ତିକ ମାସ ସୋମବାରରେ ଏକ ଅଲୌକିକ ଘଟଣା ସାମ୍ନାକୁ ଆସିଛି। ମାଟି ଖୋଳୁ ଖୋଳୁ ଶିବଙ୍କ ମହିମା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ କିଛିଦିନ ତଳେ ଏହି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ ମାଟି ତଳେ ଶିଵ ଲିଙ୍ଗ ରହିଛି ବୋଲି। ଆଜି ସେ ଜାଗାରୁ ଚନ୍ଦନର ବାସ୍ନା ଆସିବାରୁ କିଛି ଲୋକଙ୍କ ଦ୍ୱାରା ସେ ଜାଗାକୁ ଖୋଳିବା ପରେ ହଠାତ ଚନ୍ଦନ ପ୍ରଲୋପିତ ଶିବ ଲିଙ୍ଗର ଆବିର୍ଭାବ ହୋଇଥିଲା ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। ତତ୍ପରେ ଏହି ଜାଗାରେ ପୂଜାର୍ଚ୍ଚନା ଚାଲିଥିଲା। ଏହି ଅଲୌକିକ ଶିବଙ୍କ ମହିମା ଘଟଣା ଚାରିଆଡେ ପ୍ରଘଟିତ ହୋଇଥିଲା।
Live Share Market