ନିଷେଧ ସତ୍ୱେ ଯାଜପୁରରେ ବାଣ ଫୁଟିଲା
ଯାଜପୁର, ୧୪/୧୧: ରାଜ୍ୟ ସରକାର ଏବଂ ଯାଜପୁର ଜିଲ୍ଲା ପ୍ରଶାସନ କୋଭିଡ଼ କଟକଣା କାରଣରୁ ବାଣ ଫୁଟାଇବା ଉପରେ ନିଷେଧ କରିଥିବା ବେଳେ ଜିଲ୍ଲାର ବହୁ ସ୍ଥାନରେ ପୋଲିସ ଓ ପ୍ରଶାସନକୁ ଲୁଚକାଳି ଖେଳି କେତେକ ବାଣ ଫୁଟାଇଛନ୍ତି । ମଝିରେ ମଝିରେ ଚାରିଆଡ଼େ ଢ଼ୋ ଢ଼ୋ କରି କିଛି ଆଇନ ଖିଳାପକାରୀ ବାଣ ଫୁଟାଉଥିବାର ଶୁଣାଯାଇଥିଲା । ଯାଜପୁରୋଡ, ଦାନଗଦି, କଳିଙ୍ଗନଗରରେ ବାଣ ଫୁଟାଇବା ପାଇଁ କିଛି ବ୍ୟକ୍ତିଙ୍କ ପାଖରେ କିଛି ଫରକ ପଡିଥିବାର ଦେଖାଯାଇନଥିଲା । ଏ ସଂର୍ପକରେ କେତେଜଣକଙ୍କ ବିରୋଧରେ ଶୃଙ୍ଖଳା ଭଂଗ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାପଡି ନାହିଁ ।
Live Share Market