‘ଉଦୟବଟ’ ତରଫରୁ ‘ଶିଶୁ ଦିବସ’ ପାଳିତ
ବ୍ୟାସନଗର, ୧୪/୧୧: ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ଠାରେ ‘ଉଦୟବଟ’ ତରଫରୁ ଶିଶୁଦିବସ ପାଳିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି, ସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ, ଉପେନ୍ଦ୍ରନାଥ ମହାନ୍ତି, ଦୀପକ ରଂଜନ ପାଣିଗ୍ରାହୀ, ବିଦ୍ୟୁତ୍ପ୍ରଭା ରାୟ, ପଦ୍ମଲୋଚନ ନାୟକ ପ୍ରମୁଖ ଅଂଶଗ୍ରହଣ କରି ଦିବସର ତାତ୍ପର୍ଯ୍ୟତା ସଂର୍ପକରେ ଆଲୋଚନା କରିବା ଶିଶୁମାନଙ୍କର ସଠିକ୍ ଯତ୍ନ ନେବାକୁ ମତପ୍ରକାଶ କରିଥିଲେ । ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Live Share Market