‘ଉଦୟବଟ’ ପକ୍ଷରୁ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟାସନଗର, ୦୩/୧୧(ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ): ବ୍ୟାସନଗର ପୈାର ପରିଷଦ ସ୍ଥିତ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ର ଅନ୍ତିମ ଦିବସରେ ‘ଉଦୟବଟ’ ପକ୍ଷରୁ ଗତ କାଲି ସନ୍ଧ୍ୟାରେ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଂଟ୍ରାଲ ଭିଜିଲାନ୍ସ କମିଶନଙ୍କ ଦ୍ୱାରା ପ୍ରଦତ ସାର୍ଟିଫିକେଟକୁ ଏଠାରେ ପ୍ରଦର୍ଶନ କରାଯାଇଥିଲା । ବିଦ୍ୟୁତ୍‌ପ୍ରଭା ରାୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସଚେତନ ନ ହେଲେ ଦୁର୍ନୀତି ଉପରେ ଅଙ୍କୁଶ ଲାଗିବା କଷ୍ଟକର ହୋଇପଡିବ । ତେଣୁ ସବୁ ସ୍ତରରେ ଦୁର୍ନୀତିକୁ ରୋକିବା ପାଇଁ ଉଦ୍ୟମ ହେବା ଆବଶ୍ୟକ ।

ଉତ୍କଳିକା ସମିତିର ସଂପାଦିକା ଅଳକା ଆଇଚ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରତ୍ୟେକ ନାଗରିକ ସଜାଗ ଓ ସଚେତନ ହୋଇ ନିଜର ଅଧିକାର ସାବ୍ୟସ୍ତ ପାଇଁ ସଂଗ୍ରାମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ, ‘ଉଦୟବଟ’ର ସହଯୋଗୀ ସଂପାଦକ ତଥା ଉଦୟବଟ ଇ-ନ୍ୟୁଜ୍‌ର କାର୍ଯ୍ୟନିବାହୀ ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ, ବରିଷ୍ଠ ନାଗରିକ ତଥା ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ସତ୍ୟସାଇ ସେବା ସଂସ୍ଥାର ବରିଷ୍ଠ କର୍ମକର୍ତା ରାହାସ ବିହାରୀ ପଣ୍ଡିତ, ଚିତରଂଜନ ଜେନା, ଗୟାଧର ସାହୁ, କାଂଚନ ନାୟକ, ଗୋଲାପ ମଲ୍ଲିକ, ସନାତନ ମଲ୍ଲିକ, ‘ଉଦୟବଟ’ର ଭଦ୍ରଖ ଜିଲ୍ଲା ପ୍ରତିନିଧି ଶିବଶଙ୍କର ପଣ୍ଡା, ଭଦ୍ରଖର ସାମ୍ବାଦିକ ଅଜୟ କୁମାର ସାମଲ, ‘ଉଦୟବଟ’ର ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର, ପ୍ରଫୁଲ୍ଲ ବାରିକ, ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଭାଗରୁ ପି.ସି ରାଜ ହଟାଇବା ସହ ଲାଂଚ କାରବାରକୁ ରୋକିବା ଦିଗରେ ଯତ୍ନଶୀଳ ଉଦ୍ୟମ କରିବା ଉପରେ ଆଲୋକପାତ କରିଥିଲେ । ସୁସ୍ଥ ଓ ବିକାଶଶୀଳ ସମାଜ ଗଠନ ପାଇଁ ଦୁର୍ନୀତି ନିବାରଣ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତପ୍ରକାଶ ପାଇଥ୍‌ôଲା । ଶେଷରେ ‘ଉଦୟବଟ’ର ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ସୈାଭାଗ୍ୟ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close