କେଉଁଝରର ହାଟଡ଼ିହି ବ୍ଲକ ସୋସୋ ପଂଚାୟତର କାନପୁର ଗ୍ରାମରେ ନିଆରା ଢ଼ଙ୍ଗରେ କୁମାର ଉତ୍ସବ ପାଳିତ

ସୋସୋ, ୦୧/୧୧(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲ୍‌କର ସୋସୋ ଗ୍ରାମ ପଂଚାୟତର କାନପୁର ଗ୍ରାମରେ ପ୍ରତିବର୍ଷ ଆନନ୍ଦ ଉଲ୍ଲାସର ସହ କୁମାର ଉତ୍ସବ ଓ ଚନ୍ଦ୍ର ପୂଜା ଅନୁଷ୍ଠିତ ହୋଇଥାଏ । ଏହି ନିଆରା ଢ଼ଙ୍ଗର ପୂଜାରେ ସାମିଲ ହେବା ପାଇଁ ପାଖ ପଡୋଶୀ ଗାଁମାନଙ୍କରୁ ଶହ ଶହ ଯୁବତୀ ଛୁଟି ଆସିଥାନ୍ତି । ହଜାର ହଜାର ଲୋକଙ୍କ ସମାଗମରେ ଅତ୍ୟନ୍ତ ଉନ୍ମାଦନାର ସହ ଯୁବତୀମାନେ ଏହି ଉତ୍ସବ ପାଳିଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ-୧୯ କଟକଣା ପାଇଁ ଏହି ଉତ୍ସବ ଏଠାରେ ଫିକା ପଡ଼ିଯାଇଥିଲା । ତଥାପି ପରମ୍ପରାକୁ ବଜାୟ ରଖି ଅଳ୍ପ ସଂଖ୍ୟକ ଯୁବତୀ ଓ ବାଳିକା ଆଦି ଏହି ଉତ୍ସବକୁ ପାଳିଛନ୍ତି । ସୋସୋ ଥାନା ପକ୍ଷରୁ ପୋଲିସ ମୃତୟନ କରାଯାଇ ଶାନ୍ତି ଶୃଙ୍ଖଳାର ସହ କୁମାର ଉତ୍ସବକୁ ଏଠାରେ ସଂପାଦନ କରାଯାଇଛି । କୁମାରୀମାନେ ବିଭିନ୍ନ ସାଜସଜ୍ଜା ସହ ଯଥା ରୀତି ନୀତି ଅନୁଯାୟୀ ବିଭିନ୍ନ ପ୍ରକାରର ଫଳ ସହ ତାଳଗଜା, ଆଖୁ, ଖଇ ଆଦିର ଭୋଗ ଓ ଫୁଲ, ଚନ୍ଦନ, ସିନ୍ଦୁର, ର୍ମୁଜ ଲଗାଇ ଚଉଁରା ପୂଜା, ଚାନ୍ଦ (ଚନ୍ଦ୍ର) ପୂଜା କରିଛନ୍ତି । ପ୍ରତିବର୍ଷ ଯୁବତୀମାନେ ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ନିଜ ନିଜ ମଧ୍ୟରେ ଆଦାୟ କରି ବହୁ ଆଡମ୍ବରରେ ଏହି ଉତ୍ସବକୁ ମନାଇଥାନ୍ତି । ମାତ୍ର ଏବର୍ଷ ନିରାଡମ୍ବର ଭାବେ ଏହି ଉତ୍ସବକୁ ପାଳନ କରାଯାଇଛି । ସମବେତ ସଂଗୀତର ତାଳେ ତାଳେ ଶଙ୍ଖ ଧ୍ୱନି, ଘଂଟ ନାଦ ସହ ସୁସଜ୍ଜିତ ଥାଳିରେ ନୈବେଦ୍ୟ ରଖି କୁମାରୀମାନେ ଚାନ୍ଦକୁ ବନ୍ଦପନା କରିଥିଲେ । କୁମାରୀମାନେ ସାହିବୁଲା କାର୍ଯ୍ୟକ୍ରମକୁ ମଧ୍ୟ ଏବର୍ଷ ଯଥାସମ୍ଭବ କମ କରିଛନ୍ତି । ସେମାନେ ସଂଗୀତ ଓ ନାଚରେ ସମୁଦାୟ ଅଂଚଳକୁ ଭାବାବେଗ କରିଥିଲେ । ଜହ୍ନର ଆଲୁଅରେ ପୁଂଚି ଖେଳ ବି ହୋଇଛି । ବାଳିକାମାନେ ଏହି ଉତ୍ସବ ଜରିଆରେ କରୋନାମୁକ୍ତ ସମାଜ କାମନା କରିବା ସହିତ ସେମାନଙ୍କ ଓ ପରିବାରର ଉଜ୍ଜ୍ୱଳମୟ ଜୀବନ କାମନା କରି ଚାନ୍ଦପୂଜା କରିଥିବାର ଜଣାଯାଇଛି । ମେଘମୁକ୍ତ ରାତ୍ରୀର ଜହ୍ନକୁ ସେମାନଙ୍କ ମନର କଥା କହିଛନ୍ତି । ସୋସୋ ପଂଚାୟତର ବହୁ ଗ୍ରାମରେ ଏହି ଉତ୍ସବ ପାଳନର ଢ଼ାଂଚା ଅନ୍ୟ ଅଂଚଳ ଠାରୁ ବହୁ ନିଆରା ବୋଲି ଲୋକେ ଜାଣନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close