କେଉଁଠି ଭକ୍ତ ମା’ଙ୍କୁ ସମ୍ମୁଖ ଦର୍ଶନ କରିପାରିନି ତ କେଉଁଠି ମା’ଙ୍କ ଦର୍ଶନ ପାଇଁ ଭକ୍ତ ମନରେ କଳ୍ପନାର ଚିତ୍ର ଆଙ୍କୁଛି, କେବଳ ଔପଚାରିକ ପୂଜାରେ ଭକ୍ତର ହୃଦୟ ହୋଇଛି ଆନମନା

 

ଯାଜପୁର, ୩୧/୧୦ (ସନ୍ତୋଷ ରଥଙ୍କ ଠାରୁ): ବର୍ଷକରେ ଥରେ ଧରାବତରଣ କରିଥାନ୍ତି ମା’ ଗଜଲକ୍ଷ୍ମୀ । ଭକ୍ତର ଭକ୍ତିରେ ପ୍ରସନ୍ନ ହୁଅନ୍ତି । ଧନ ଧାନ୍ୟରେ ପୂର୍ଣ୍ଣ କରନ୍ତି ଓ ବେପାର ବଣିଜରେ ବଡ କରନ୍ତି । ଏଇଥି ପାଇଁ ତ ମା’ଙ୍କ ପୂଜାରେ ବିରାଟ ଉତ୍ସବ ମନାଇବାକୁ କାର୍ପଣ୍ୟ କରିନଥାଏ ଭକ୍ତ । ହେଲେ ଆଜି ଚାରିଆଡେ ଖାଁ ଖାଁ ପରିବେଶ । ନିରାଡମ୍ବରରେ ପୂଜା ପାଇଛନ୍ତି ମା’ ଗଜଲକ୍ଷ୍ମୀ । ଭକ୍ତଟିଏ ମା’ଙ୍କୁ ସମ୍ମୁଖରେ ଦର୍ଶନ କରିନପାରି ମନରେ ମା’ଙ୍କ କଳ୍ପନାର ଚିତ୍ର ଆଙ୍କୁଛି । ଭାବ ବିହ୍ବଳ ଭକ୍ତଟିଏ କେବେ ଏମିତି ଭଗବାନଙ୍କୁ ଦେଖିନଥିଲା ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ ମା’ କ୍ଷୀରାବ୍ଧି ତନୟା କ୍ଷୀର ସମୁଦ୍ରରୁ ଆବିର୍ଭୁତ ହୋଇଥିଲେ । ଦେବ ଓ ଦାନବଙ୍କ କଳିରେ ସମୁଦ୍ର ମନ୍ଥନ ବେଳେ ମହାସମୁଦ୍ର ଗର୍ଭରୁ ଆବିର୍ଭୁତା ଲକ୍ଷ୍ମୀ ହାତରେ ଅମୃତ କଳସୀ ଧରି ଉଭା ହେବାପରେ ସମୁଦ୍ରରୁ ଆବିର୍ଭାବ ଐରାବତ ହସ୍ତୀ ମହାଲକ୍ଷୀଙ୍କୁ ସୁଦ୍ଧ ଜଳ ସିଞ୍ଚନ କରି ଗାଧୋଇ ଦେଇଥିବାର ପୌରାଣିକ ଉପାକ୍ଷାନ ପ୍ରତିଟି ଓଡିଆ ପ୍ରାଣର ସ୍ପନ୍ଦନ ହୋଇ ରହିଛି । ଏଇଥି ପାଇଁତ ଓଡିଆ ମାନଙ୍କ ଧନଧାନ୍ୟର ଅଗ୍ରଦେବୀ ଲକ୍ଷ୍ମୀଙ୍କୁ ଘରେଘରେ ପୂଜା କରି ଆଶିର୍ବାଦ ଗ୍ରହଣ କରିବାର ପ୍ରାଚୀନ ପରମ୍ପରା ରହିଆସିଛି ।
ଏବର୍ଷ କିନ୍ତୁ ମହାମାରୀ କରୋନା ପାଇଁ ସରକାରୀ କଟକଣା ଗଜଲକ୍ଷ୍ମୀଙ୍କ ପୂଜାରେ ଲଗାମ ଲଗାଇଛି । ୪ ଫୁଟରୁ କମ୍ ଉଚ୍ଚର ମୁର୍ତ୍ତିରେ ସିମିତ ରହିଛି ଉଚ୍ଚତା । ମେଢ ସାଜସଜ୍ଜା ଆଗ ଅପେକ୍ଷା ମାନ୍ଦା ହୋଇଯାଇଛି । ବାଜା ବାଜଣା ଠପ୍ ହୋଇଛି । ଆଲୋକ ମାଳା ଓ ତ୍ବରଣର ଦେଖାନାହିଁ । ତଥାପି ମୁର୍ତ୍ତି ଗୁଡିକର କମନିୟତାରେ ଫିକା ପଡିନି । କମ୍ ଉଚ୍ଚତାର ମୁର୍ତ୍ତି ଗଠନ ଅତ୍ୟନ୍ତ ଭାବ ଗର୍ଭକ ହୋଇଛି । ନହୋଇପାରେ ଚାକଚକ୍ୟର ତ୍ବରଣ ଆଉ ଆଲୋକ ସଜ୍ଜା । ନହୋଇପାରେ ସୁଉଚ୍ଚ ମେଢର ସମ୍ଭାର । ଭାବ ଓ ଭକ୍ତିରେ ମଳିନ ପଡିନି ମା’ ଙ୍କ ପୂଜା । କେତେକ ପୂଜା ମଣ୍ଡପରେ ଏଥର ସାମାନ୍ୟ ବ୍ୟତିକ୍ରମ ଅନୁଭୂତ ହୋଇଛି । ମୂର୍ତ୍ତି ଛୋଟ ହେଲେ ବି ମେଢ ବଡ ହୋଇଛି , କେଉଁଠି ଉଭୟ ମେଢ ଓ ମୂର୍ତ୍ତି ଛୋଟ ହୋଇଛି ତ କେଉଁଠି ଘଟଣା କ୍ରମରେ ପାରମ୍ପରିକ ପୂଜା କ୍ରମରେ ମୂର୍ତ୍ତି ବଦଳିଯାଇଛନ୍ତି ।
କୋଭିଡ ନିୟମକୁ ଅନୁପାଳନ କରି କୁମାର ପୂର୍ଣ୍ଣିମା ରାତିରୁ ପୂଜା ଆରମ୍ଭ ହୋଇଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସାରା ସହର ପୋଲିସ ମୟ ହୋଇଛି । ପାର୍ବଣରେ କୋଭିଡ ସଂକ୍ରମଣ ଭୟ ପାଇଁ ପାବନ୍ଧି ଲାଗିଛି । ପୂଜା ମଣ୍ଡପର ସମ୍ମୁଖରେ ପରଦା ଝୁଲୁଛି । ସାଇଁ ସାଇଁ ବୁଲୁଛି ପୋଲିସ ଭ୍ୟାନ୍ । ଭକ୍ତ ଓ ଭଗବାନଙ୍କ ମଝିରେ ଠିଆ ହୋଇଛି କରୋନା ରାକ୍ଷସ । ବର୍ଷକରେ ଥରେ ମା’ଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରିଥିବା ସାଧାରଣ ଭକ୍ତଟିଏ ସାକ୍ଷାତରେ ମା’ଙ୍କୁ ଦର୍ଶନ କରିନପାରି ମନରେ ମା’ଙ୍କ କଳ୍ପନାର ଚିତ୍ର ଆଙ୍କୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close