ଭଦ୍ରଖର ବନ୍ତ ଛକରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମହିଳାକୁ ନେଇ ସଫେଇ କାର୍ଯ୍ୟ, ବିଭିନ୍ନ ମହଲରେ ନାପସନ୍ଦ

ଭଦ୍ରଖ, ୩୦/୧୦(ଶିବଶଙ୍କର ପଣ୍ଡାଙ୍କ ଠାରୁ): ଭଦ୍ରଖ ପୈାରାଚଂଳର ବସଷ୍ଟାଣ୍ଡ ଓ ବନ୍ତ ଛକରେ ଗତ କାଲି ଗୁରୁବାର ରାତ୍ର ପ୍ରାୟ ୧୧ଟା ପର୍ଯ୍ୟନ୍ତ ୧୫ରୁ ୨୦ଜଣ ମହିଳା ଝାଡୁଦାରଙ୍କୁ ନେଇ ସଫେଇ କାର୍ଯ୍ୟ ଚାଲିଥିଲା । ଏଣେ କେନ୍ଦ୍ର ସରକାର ତା. ୨୬/୦୯/୨୦୨୦ରେ ରାଜ୍ୟସଭାରେ ଗୃହୀତ ହୋଇଥିବା ୦୩ଟି ଶ୍ରମ କୋଡ ବିଲ ଅନୁଯାୟୀ ମହିଳା କର୍ମଚାରୀ ସକାଳ ୦୬ରୁ ସନ୍ଧ୍ୟା ୭ଟା ପର୍ଯ୍ୟର୍ନ୍ତ କାମ କରିପାରିବେ ବୋଲି ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ରାତ୍ର ୭ଟା ପରେ ମହିଳାମାନେ ଆଉ କାର୍ଯ୍ୟ କରିପାରେିବେ ନାହିଁ, ଯଦି ଜରୁରୀ ପରିସ୍ଥିତିରେ କରିବେ ତାହାଲେ ସେମାନଙ୍କ ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ବହନ କରିବା ସହିତ ଅଧିକ ପାରିଶ୍ରମିକ ଦେବାକୁ ପଡିବ ବୋଲି ଦର୍ଶାଇଥିଲେ । ଅପରପକ୍ଷରେ କୋଭିଡ କଟକଣାରେ ବହୁ ଲୋକେ/ଶ୍ରମିକମାନେ କାମ ପାଇଁ ଆଉଟୁପାଉଟୁ ହେଉଛନ୍ତି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ଭଦ୍ରଖ ପୈାର ପରିଷଦ ପୂର୍ବରୁ କାମକୁ ନ କରି ତରବରିଆ ରାତିଅଧିଆ ଏପରି ଭାବେ କାର୍ଯ୍ୟ କରାଇ ନେବାକୁ ଏପରି ଉପାୟ ଆପଣେଇବାକୁ ନେଇ ସହରରେ ଆଲୋଚନା ଚାଲିଥିବା ବେଳେ ଅନେକ ଏହାକୁ ନାପସନ୍ଦ କରିଛନ୍ତି । ପୈାର ପରିଷଦର ନିର୍ବାହୀ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକୁ ଆସି ତଦାରଖ କରିଥିବାର କୁହାଯାଉଛି । କଥାରେ ଅଛି-‘ବାହାଘର ବେଳେ ବାଇଗଣ ରୁଆ’ ଭଳି ପୈାର ପରିଷଦ ଆଜି ଗଜଲକ୍ଷ୍ମୀ ପୂଜା ଓ ଇଦ୍ ପର୍ବ ଥିବାରୁ ସଫେଇ କାର୍ଯ୍ୟକୁ ଠିକ୍ କରିବା ପାଇଁ ରାତିଅଧିଆ ଏପରି କରିଥିଲା ବୋଲି ଶୁଣାଯାଉଛି । କିଛି ବ୍ୟକ୍ତି କହୁଛନ୍ତି ବୋଧହୁଏ କେହି ପ୍ରଶାସନିକ ଉଚ୍ଚ ଅଧିକାରୀ ବୋଧେ ପରିଦର୍ଶନରେ ଆସିପାରନ୍ତି । କେତେକ ମହିଳା ସଫେଇ କର୍ମଚାରୀ ସେମାନଙ୍କ ଛୋଟ ଛୋଟ ପିଲାଙ୍କୁ ଛାଡି ଇଚ୍ଛା ନ ଥିଲେ ବି ଅଧିକ ପଇସା ଦେବାର ପ୍ରଲୋଭନରେ ଆସି କାମ କରିଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close