
ବଙ୍ଗାଳୀ ସାହି ହନୁମାନ ମନ୍ଦିର ଠାରୁ ଜାଭିୟର ସ୍କୁଲ ଦେଇ ମଣି ଛକକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ
ବ୍ୟାସନଗର;୨୪/୦୭(ନି ପ୍ର ): ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ୱର୍ ୩ ଓ ୪ ପାଖ ରାସ୍ତା ଯାହାକି ବଙ୍ଗାଳୀ ସାହି ହନୁମାନ ମନ୍ଦିର ଠାରୁ ଜାଭିୟର ସ୍କୁଲ ଦେଇ ମଣି ଛକକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି।ଏଥିପ୍ରତି କାହାର ଦୃଷ୍ଟି ପଡୁନାହିଁ। ଏହି ରାସ୍ତା ଦେଇ ଶତାଧିକ ଗାଡ଼ି ଯିବା ଆସିବା କରୁଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନ ସରେ।ଏହି ରାସ୍ତା ରେ ଥିବା ଖାଲ ଖମା ରେ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି ସାଧାରଣ ଜନତା।ବାଇକ୍ ଚାଳକଙ୍କ ପାଇ ଏହି ରାସ୍ତା ଦୁର୍ଘଟଣା ର ପଥ ପାଲଟିଛି।ଏହି ରାସ୍ତା ଦେଇ କମ୍ପାନୀ ଗାଡ଼ି ଠାରୁ ଆରମ୍ଭ କରି ଜାଭିୟର ସ୍କୁଲ,ପ୍ରୟାସ କଲେଜ ଗାଡ଼ି ପ୍ରତ୍ୟେକ ଦିନ ଯାଉଥିବା ବେଳେ ରାସ୍ତା ର ଯତ୍ନ ପ୍ରତି କାହାର ନଜର ନାହିଁ।କୁନି କୁନି ଛାତ୍ର ଛାତ୍ରୀ ଏହି ରାସ୍ତାରେ ବିଦ୍ୟାଳୟକୁ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହେଉଛନ୍ତି।ଏବେ ଏହି ରାସ୍ତା ଦେଇ ବାଇକରେ ଯିବାକୁ ଭୟ ଲାଗୁଛି।ରାସ୍ତାର ଆରମ୍ଭରୁ ଏକ ବିରାଟ କାୟ ଖାଲ ସୃଷ୍ଟି ହୋଇଛି ସେହି ଖାଲରେ ପ୍ରତ୍ୟେକ ଦିନ ବାଇକ୍ ଚାଳକ ପଡ଼ୁଛନ୍ତି ଖଣ୍ଡିଆ ଖାବରା ହେଉଛନ୍ତି ଏଥି ପ୍ରତି ପ୍ରଶାସନର ଜମା ଦୃଷ୍ଟି ପଡୁନାହିଁ।ରବିବାର ଅପରାହ୍ନ ରେ ଶତାଧିକ ମହିଳା ପୁରୁଷ ରାସ୍ତା କୁ ହାଣି ଗାଡ଼ି ମୋଟର ବନ୍ଦ କରି ଆନ୍ଦୋଳନ କରିଥିଲେ ଯଥା ଶୀଘ୍ର ଏହାର ସମାଧାନ ନ ହେଲେ ଆଗକୁ ରାଜ ରାସ୍ତା କୁ ଓହ୍ଲାଇ ସମସ୍ତ ଅଫିସ୍ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।