ବ୍ୟାସନଗରରେ ଆର.ଏସ.ଏସର ପ୍ରତିଷ୍ଠା ଦିବସ ଉପଲକ୍ଷେ ମହିଳାଙ୍କୁ ଶାଢ଼ୀ ବଂଟନ, ପଦାରେ ପଡୁଛି ଦଳୀୟ ଗୋଷ୍ଠୀ କନ୍ଦଳ

ବ୍ୟାସନଗର, ୨୬/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ୨୬ ୱାର୍ଡ଼ ବିଶିଷ୍ଟ ବ୍ୟାସନଗର ପୈାର ପରିଷଦ ନିର୍ବାଚନ କେବେ ହେବ ତା’ର କିଛି ସଂକେତ ନ ଥିବା ବେଳେ ରାଜନୀତି କୋଭିଡ-୧୯ କଟକଣା ସତ୍ୱେ କିଛି ମାତ୍ରାରେ ଉଷ୍ଣତର ହେଉଛି । ବିଜେପି ସଂଗଠନ ଏକତ୍ରିତ ହୋଇ କାର୍ଯ୍ୟ କରୁ ନ ଥିବା ବେଳେ କିଛି ନେତା ମନମାରି ଘରେ ବସି ରହିଛନ୍ତି । ନେତା ସମସ୍ତଙ୍କୁ ଏକଜୁଟ କରିବାରେ ବିଫଳ ହୋଇଚାଲିଥିବା ବେଳେ ଭାଗ ଭାଗ ହୋଇ କିଛି ନେତା କିଛି ସ୍ଥାନରେ କାଁ ଭାଁ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଥିବାର ଦୃଷ୍ଟିଗୋଚର ହେଉଛି । ବରିଷ୍ଠ ନେତା ତଥା ପୂର୍ବତନ କାଉନସିଲର ପ୍ରସନ୍ନ ସାମଲ କିଛି ପୁରୁଣା କାର୍ଯ୍ୟକର୍ତାଙ୍କୁ ଧରି ପୈାରାଂଚଳରେ କିଛି କାର୍ଯ୍ୟକ୍ରମ କରୁଥିବାର ଦେଖାଯାଉଛି । ୨୪ନମ୍ବର ୱାର୍ଡର କିଛି ନେତ୍ରୀ ନିକଟରେ ବିଜେପିରେ ମିଶିବା ଘଟଣା ଗୋଳିଆ ରାଜନୀତିରୁ ଶୁଖିଲା ଫାଇଦା ନେବା ପରି ହୋଇଛି ବୋଲି ଆଲୋଚିତ ହୋଇଛି । ସେମାନେ ବିଜେପିରେ ଥିଲେ ଓ ବିଜେପିରେ ଅଛନ୍ତି ବୋଲି କହିବା ସହ ଜହ୍ନା ସ୍ଥିତ ବିଜେପି କାର୍ଯ୍ୟାଳୟକୁ କିଛି କାମ ଦେବାର ପ୍ରଲୋଭନ ଦେଇ ଡାକିନେଇ ମିଶ୍ରଣ ପର୍ବର ଆଖ୍ୟା ଦେଇ ଶୁଖିଲା ବାହାବା ନେବାର ଯୋଜନାର ଏବେ ପର୍ଦ୍ଦାଫାସ କରିଛନ୍ତି କିଛି ମହିଳା ନେତ୍ରୀ । ଏପଟେ ପୂର୍ବତନ ବ୍ୟାସଦେବ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ ଯେତେ ମାପିଚୁପି କହିଥିଲେ ମଧ୍ୟ ଦଳରେ ଫାଟ ରହିଥିବା କଥାକୁ ଏଡାଇ ଦିଆଯାଇ ନ ପାରେ । ଦଳରେ ତ ଏବେ ଏକତା ନାହିଁ ବରଂ ଆଗ ଭଳି ଆଉ ଲୋକଙ୍କ ଉପରେ ପ୍ରଭାବ ବିସ୍ତାର କଲାଭଳି ଯୋଜନା ଆପଣା ଯାଇ କାର୍ଯ୍ୟକ୍ରମ କରାଯାଉନି ବୋଲି ଚର୍ଚ୍ଚା ହେଉଛି । ଖାଲି ପୋଷ୍ଟ ଜଗିଭା ଭଳି ଅବସ୍ଥା ଏବେ ସୃଷ୍ଟି ହୋଇଛି । କଂଗ୍ରେସରୁ ଆସିଥିବା ନେତା ବିଜେପିକୁ ଭଲ ଭାବେ ବୁଝି ପାରି ନାହାନ୍ତି ବୋଲି ଏଠାରେ ଉପସ୍ଥିତ ନେତାମାନେ ଖୋଲାଖୋଲି କହିଛନ୍ତି । ପୈାର ନିର୍ବାଚନ ପୂର୍ବରୁ ଅବସ୍ଥାରେ ସୁଧାର ନ ଆସିଲେ ଦଳ ପାଇଁ ଏହା ମହଙ୍ଗା ପଡିବ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମଣ୍ଡଳ ସଭାପତି ବିଜୟ ପଣ୍ଡା, ଯୁବ ନେତା ଅସିତ୍ ଦାସ, ମହିଳା ନେତ୍ରୀ ମିଲି ମହାଳିକ, ସବିତା ଖୁଂଟିଆ, ବରିଷ୍ଠ ନେତା ଗୁଣନିଧି ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close