ଯାଜପୁର ଓ କେଉଁଝରରୁ ଗୋରୁ ଚାଲାଣ ଜାରୀ, ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

ରାମଚନ୍ଦ୍ରପୁର, ୨୬/୧୦(ସମୀର କୁମାର ମିଶ୍ରଙ୍କ ଠାରୁ): ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲା ଓ ଖଣିଜ ପଦାର୍ଥ ଭରା କେଉଁଝର ଜିଲ୍ଲାରୁ ଗୋମାତା ଚାଲାଣ ଥମୁନି । କେବେ କେବେ ଟ୍ରକ ତ ଆଉ କେବେ ଟ୍ରେନରେ ଗୋ’ଚାଲାଣ ହେଉଥିବା ବେଳେ ଏବେ ରାଜରାସ୍ତାରେ ଦିନ ଦ୍ୱିପ୍ରହରରେ ଗୋ-ଚାଲାଣ ହେଉଥିବାର ଦେଖାଯାଉଛି । ପାଣିକୋଇଲି-ରାଜାମୁଣ୍ଡା ରାସ୍ତାର କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଅଂଚଳରେ ଆଜି ପଲ ପଲ ହୋଇ ଶହ ଶହ ଗୋରୁ ରାଜ ରାସ୍ତାରେ ଚାଲି ଚାଲି ଆନନ୍ଦପୁର ଆଡକୁ ଯାଉଥିବାର ଦେଖାଯାଇଥିଲା । ବେପାରୀମାନେ ଗୋରୁମାନଙ୍କୁ ଭଦ୍ରଖ ଆଡକୁ ନେଉଥିବାର ଜଣାଯାଇଛି । ଏହା ଉପରେ କେତେକ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଶାସନ ଓ ପୋଲିସ ଏହା ଉପରେ କଟକଣା କରିବାକୁ ଦାବୀ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close