ଭୁବନେଶ୍ୱରରେ ୦୬ ଜଣ ୱେବ ପୋର୍ଟାଲ ସାମ୍ବାଦିକ ଦାଦାବଟି ମାଗିବା ଅଭିଯୋଗରେ ଗିରଫ

ଭୁବନେଶ୍ୱର, ୨୬/୧୦ (ସନ୍ତୋଷ ରଥଙ୍କ ଠାରୁ): ଆଜି ଭୁବନେଶ୍ୱରରେ ୫ଜଣ ସାମ୍ବାଦିକ ଓ ଜଣେ ଡ୍ରାଇଭରଙ୍କୁ ଦାଦାବଟି ମାଗିବା ଏବଂ ଏକ ଘିଅ କମ୍ପାନି ବିରୋଧରେ ନ୍ୟୁଜ୍ କରିଦେବା ନେଇ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବାର ଜଣାଯାଇଛି । ଯୋର ଜବରଦସ୍ତି ଟଙ୍କା ମାଗୁଥିବା ଅଭିଯୋଗରେ ସୋମବାର ଏହି ୬ ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ସେମାନଙ୍କଠାରୁ ୩୧ ହଜାର ଟଙ୍କା, ମୋବାଇଲ, ୨ଟି କାର୍ ଏବଂ ୪ଟି ବାଇକ୍ ଜବତ କରାଯାଇଛି।
            ସୂଚନା ଅନୁସାରେ, ଭୁବନେଶ୍ଵର ଖଣ୍ଡଗିରି ଅଞ୍ଚଳରେ ଏକ ଘିଅ କମ୍ପାନି(ମେସର୍ସ ଜ୍ୟୋତି ଟ୍ରେଡରର୍ସ)କୁ କିଛି ଓ୍ଵେବ୍ ପୋର୍ଟାଲର ସାମ୍ଵାଦିକ ଏବଂ ତାଙ୍କ ସହଯୋଗୀ ୩ଲକ୍ଷ ଟଙ୍କାର ବଟି ମାଗୁଥିଲେ। ଯଦି ଟଙ୍କା ନ ଦିଅନ୍ତି ଦେବେ ତାଙ୍କ ବିରୋଧରେ ନ୍ୟୁଜ୍ କରାଯିବ ଆଉ ପୋଲିସକୁ ଡାକି ତାଙ୍କ କମ୍ପାନିକୁ ରେଡ କରାଯିବ ବୋଲି ଏପରି ଧମକ ଦେଇ ସଂପୃକ୍ତ କମ୍ପାନିଠାରୁ ୧ଲକ୍ଷ ୬୪ହଜାର ଟଙ୍କା ଆଦାୟ କରିଥିଲେ ଏହି ସାମ୍ଵାଦିକମାନେ। ଆଜି ସୋମବାର ଏ ବିଷୟରେ ଖବର ପାଇ କମିସନରେଟ ପୋଲିସ ଏକ ଡକାୟତି ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ଏ ସଂର୍ପକରେ ତମାଣ୍ଡୋ ଥାନା କେସ ନଂ. ୧୪୦, ତା ୨୫-୧୦-୨୦୨୦ରେ ଏକ କେସ ଭାରତୀୟ ପିଙ୍ଗଳ କୋଡର ୪୫୫/୩୮୫/୩୯୫ ଧାରାରେ ରୁଜ୍ଜୁ ହୋଇ ତଦନ୍ତ ଚାଲିଛି ବୋଲି ଭୁବନେଶ୍ୱର ଆଡିସିନାଲ ଡିସିପିଙ୍କ ଦ୍ୱାରା ଜାରୀ ଏକ ପ୍ରେସ ରିଲିଜ୍‌ରେ ଦର୍ଶାଯାଇଛି । ଏଥିସହ ଆଉ ଏପରି ୧୫ଜଣ ସାମ୍ଵାଦିକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି କମିସନରେଟ ପୋଲିସ। ଏ ବାବଦରେ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close