Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ପୁଣି ‘ପିଆଜ’ ଆଣିଲା ଖାଉଟି ଆଖିରେ ଲୁହ, ଖାଉଟିଙ୍କ ଅଣ୍ଟା ଭାଙ୍ଗିଛି ପିଆଜ, ସପ୍ତାହକ ମଧ୍ୟରେ ଦର ୫୦ ରୁ ୮୦ ଟଙ୍କା

ଭଦ୍ରଖ, ୨୩/୧୦ (ଶିବଶଙ୍କର ପଣ୍ଡାଙ୍କ ଠାରୁ): ଖାଲି ଭଦ୍ରଖ ଜିଲ୍ଲା କାହିଁକି ରାଜ୍ୟରେ ଏବେ ପିଆଜର ଏହେତୁକ ଦରବୃଦ୍ଧି ଅଧିକାଂଶଙ୍କ ମୁଣ୍ଡରେ ଚଡକ ପକାଇଛି । କିଛି ମାସ ତଳେ କି.ଗ୍ରା ପ୍ରତି ୧୫ଟଙ୍କା ତଳେ ବିକ୍ରି ହେଉଥିବା ପିଆଜର ଦର ଏବେ ଆସି ୮୦ଟଙ୍କା ବା ତା’ଠାରୁ ଉର୍ଦ୍ଧରେ ପହଚିଂଛି । ଗତ ପ୍ରାୟ ୧୫ ଦିନ ମଧ୍ୟରେ ଏହା କି.ଗ୍ରା ପ୍ରତି ୫୦ଟଙ୍କା ବୃଦ୍ଧି ପାଇବା ଖାଉଟିଙ୍କ ପାଇଁ ଅସହ୍ୟ ହୋଇଛି । ଖାଲି ପିଆଜ କାହିଁକି ଆଳୁ କି.ଗ୍ରା ୩୨ରୁ ୩୫ଟଙ୍କାରେ ଗତ ପ୍ରାୟ ୨ମାସ ହେଲା ବିକ୍ରିବଟାହେଉଛି । ଡାଲି, ଖାଇବା ତେଲ, ମଟର, ମଟର ଡାଲି, ସୋଲା, ଚା ପତି ଆଦି ବହୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଘଟିବା ‘କରୋନା’ ସମୟରେ, ଅମ୍ଫନ ବାତ୍ୟା ଓ ବନ୍ୟା ବିଭୀଷିକା ପରେ ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଏଣେ ସରକାର ଏବାବଦରେ ସେପରି କୈାଣସି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ନେଇଥିବାର ମନେହୁଏ ନାହିଁ । ରାଜ୍ୟ ସରକାର ଖାଲି ଜିଲ୍ଲାପାଳମାନଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି । ହେଲେ ଲୋକେ କିପରି, କେବେ ଓ କେତେମାତ୍ରାରେ ଏହି ଦର ବୃଦ୍ଧିରୁ ଅବ୍ୟାହତି ପାଇବେ ସେଥିନେଇ ଅନେକ ସନ୍ଧିହାନ ହୋଇ ପଡିଛନ୍ତି । ଏହାଛଡ଼ା ପରିବାପତ୍ରର ଦରବୃଦ୍ଧି କଥା ନ କହିବା ଭଲ । ଲୋକେ ଚଳିତ ବର୍ଷ ଏଭଳି ବହୁ କାରଣ ପାଇଁ ଘାଂଟି ହୋଇଚାଲିଥିବା ବେଳେ ବହୁ ନେତା ଏ ବାବଦରେ ନ ପଶି ବରଂ ନୀରବ ରହିବା ଘଟଣା ଜନସାଧାରଣଙ୍କ ପାଇଁ ମୁଣ୍ଡବିଧାର କାରଣ ପାଲଟିଛି । ପିଆଜର ଦିନକୁ ଦିନ ଅହେତୁକ ଦର ବୃଦ୍ଧିକୁ ନେଇ ଆସନ୍ତୁ ଦେଖିବା କ’ଣ କହୁଛନ୍ତି ଭଦ୍ରଖ ଅଂଚଳର ଏହି ଖାଉଟି ଓ ବ୍ୟବସାୟୀମାନେ:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close