ସାହାପୁର ନିକଟସ୍ଥ ମକୁନ୍ଦବିନ୍ଧା-ବଡ଼ତ୍ରିଲୋଚନପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୦୩ ମୃତ

କୁଆଖିଆ, ୨୨/୧୦(ପଦ୍ମଲୋଚନ ନାୟକଙ୍କ ଠାରୁ): କଲିକତା-ଚେନ୍ନାଇ ଜାତୀୟ ୧୬ ନମ୍ବର ରାଜପଥର ପାଣିକୋଇଲି ଓ ସାହାପୁର ମଧ୍ୟବର୍ତୀ ମକୁନ୍ଦବିନ୍ଧା-ବଡ଼ତ୍ରିଲୋଚନପୁର ମୋଡ଼ ନିକଟରେ ଆଜି ପୂର୍ବାହ୍ନରେ କାର ସହ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକଙ୍କ ସହ ୦୨ଜଣ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମେଡିକାଲରେ ଭର୍ତି କରାଯାଇଛି । ପରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାଯାଇଛି । ଦୁର୍ଘଟଣାରେ କାରଟି ଭାଙ୍ଗିରୁଜି ଚୁରମାର ହୋଇଥିବା ବେଳେ ଘଟଣା ଯୋଗୁ ଜାତୀୟ ରାଜପଥ ଅପରାହ୍ନ ପ୍ରାୟ ୦୩ଟା ପର୍ଯ୍ୟନ୍ତ ଜାମ ରହିବାରୁ ଗାଡିଗୁଡିକର ଲମ୍ବା ଲାଇନ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ । ରାସ୍ତାର ଗୋଟିଏ ପାଶ୍ୱର୍ରେ ଗାଡି ଚଳାଚଳ କରାଯାଇ ପରେ ଗମନାଗମନ ବ୍ୟବସ୍ଥା ସ୍ୱାଭାବିକ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close