Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଅଜଣା ବୃଦ୍ଧଙ୍କ ଶବ ସତ୍କାର କଲା ସହିଦ ଭଗତ ସିଂ ଯୁବକ ସଂଘ

ଯାଜପୁର, ୧୯/୧୦ (ସନ୍ତୋଷ ରଥଙ୍କ ଠାରୁ): ପୁଣି ସମାଜ ପାଇଁ ଉଦାହରଣ ସାଜିଲା ସହିଦ ଭଗତ ସିଂ ଯୁବକ ସଂଘ । ବ୍ୟାସନଗର ପୌରାଂଚଳ ସ୍ଥିତ ରେଲୱେ ଲେବଲ କ୍ରସିଂ ନିକଟ ସାଇ ମନ୍ଦିର ବାରଣ୍ଡାରେ ଏକ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ବହୁ ସମୟ ଧରି ମୃତ ଦେହ ପଡିବା ପରେ ମଧ୍ୟ କେହି ସେଥିପ୍ରତି ଦୃଷ୍ଟି ଦେଇନଥିଲେ । ଏ ଘଟଣା ସହିଦ ଭଗତ ସିଂର ସଭାପତି ରାଜେନ୍ଦ୍ର ବିଶ୍ୱାଳ ଜାଣିବା ପରେ ସଙ୍ଗେସଙ୍ଗେ ସଂଘର ସମସ୍ତ ସଦସ୍ୟମାନଙ୍କୁ ଖବର ଦେଇଥିଲେ । କିଛି ସମୟ ମଧ୍ୟରେ ସଂଘର ଯୁବକମାନେ ଆସି ବୃଦ୍ଧଙ୍କ ଶବକୁ ହିନ୍ଦୁ ରିତିନିତି ଅନୁଯାଇ ସତ୍କାର କରିଥିଲେ । ଏହି ଗୋଟିଏ ନୁହେଁ ଏମିତି ବହୁ ଅସହାୟଙ୍କ ଶବକୁ ସତ୍କାର କରିଛନ୍ତି ସହିଦ ଭଗତ ସିଂ ଯୁବକ ସଂଘର ସଦସ୍ୟମାନେ-ଯଥା ସଭାପତି ରାଜେନ୍ଦ୍ର ବିଶ୍ଵାଳ, ସଂପାଦକ ହେମନ୍ତ କୁମାର ଧୀର, ମାଣିକ ଗାଗରାଇ, ଆଶିଷ ଦାଶ, ମଣୀଭଦ୍ର ମଲ୍ଲିକ, ସମୀର ରାୟ, ନିରଞ୍ଜନ ରାଉତ, ସର୍ବେଶ୍ୱର ସ୍ୱାଇଁ, ଭରତ ଓଝା, ସିବା ରାଓ, ପ୍ରଶାନ୍ତ ବୋଇତାଇ, ଗୋବିନ୍ଦ ବାରିକ, ଆଶିଷ ମଲ୍ଲିକ, ଅକ୍ଷୟ ନାୟକ, ନିରଞ୍ଜନ ବଳ ପ୍ରମୁଖ । ସହିଦ ଭଗତ ସିଂ ଯୁବକ ସଂଘର ଏଭଳି କାର‌୍ୟ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close