ଶୁଆ ବି ମଣିଷ ପରି କଥା କହିପାରେ
ସୁକିନ୍ଦା ; ୧୭/୧୦ (ପ୍ରିୟ ରଞ୍ଜନ ବାନାର୍ଜୀଙ୍କ ଠାରୁ): ପକ୍ଷୀମାନେ ବି ମଣିଷ ପରି କଥା କହି ପାରନ୍ତି । ଏଭଳି ଏକ ଖବର ଲୋକଲୋଚନକୁ ଆସିଛି । ସୂଚନାଯୋଗ୍ୟ ଯେ ସୁକିନ୍ଦା ଅଞ୍ଚଳରେ ଦୀର୍ଘ ଦୁଇ ବର୍ଷ ଧରି ରହିଆସୁଥିବା ସାଲେପୁର ଜନାର୍ଦନପୁର ଗ୍ରାମର ଜଣେ ପକ୍ଷୀ ପ୍ରେମୀଙ୍କ ଘରୁ ଏଭଳି ଖବର ପ୍ରକାଶ ପାଇଛି । ତାଙ୍କ କହିବା କଥା ଯେ ପରିବାରର ସମସ୍ତଙ୍କ କଥାକୁ ଶୁଣି ଶୁଣି ଶୁଆଟି ସମସ୍ତଙ୍କ ନାମ ଧରି ଡାକିବା ଆରମ୍ଭ କରିଥିଲା । ଯେଭଳି ମଣିଷ କଥା ସେହିପରି ଅବିକଳ ଭାବରେ ଶୁଆଟି ନାମ ଧରି ଡାକୁଥିବାର ଶୁଣିବାକୁ ମିଳିଛି। ଆମ ସୁକିନ୍ଦା ପ୍ରତିନିଧି ତାଙ୍କ ଘରେ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ।
Live Share Market