ହାଇଦ୍ରାବାଦରେ ବାଦଲ ଫଟା ବର୍ଷାରେ ପ୍ରଭାବିତ ରାସ୍ତା ଓ ଜନଜୀବନ

ହାଇଦ୍ରାବାଦ, ୧୫/୧୦: ହାଇଦ୍ରାବାଦରେ ଗତ ୧୨ ତାରିଖ ଓ ୧୩ ତାରିଖରେ ଅତିପ୍ରବଳ ଓ ବାଦଲଫଟା ବର୍ଷା ହୋଇଥିବା ବେଳେ ଗତ ପହର ଦିନ ଅର୍ଥାତ୍ ୧୩/୧୦ ଓ ଗତ କାଲି ୧୪/୧୦ରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଆଜି ପାଗରେ ସୁଧାର ଆସିଛି । ଏହି ତୁମୁଳ ବର୍ଷାରେ ହାଇଦ୍ରାବାଦ ସହର ଓ ଆଖପାଖ ଅଂଚଳ ଅତୀବ ପ୍ରଭାବିତ ହୋଇଥିବା ବେଳେ ରାସ୍ତାଘାଟ ଭାଙ୍ଗିରୁଜି ଯାଇଛି । ଜାତୀୟ ରାଜପଥର ବହୁ ସ୍ଥାନରେ ୪-୫ ଫୁଟ ବହଳର ପାଣି ପ୍ରବାହିତ ହେଉଛି । ରାସ୍ତାରେ ଘାଇ ସବୁ ସୃଷ୍ଟି ହୋଇଛି । ତେଣୁ ପୋଲିସ ରାସ୍ତାରେ ଯାନ ବାହାନ ଚଳାଚଳକୁ ବନ୍ଦ କରୁଛି । ୦୩ ଦିନ ଗାଡି ଚଳାଚଳ ବନ୍ଦ ହେବା ଫଳରେ ରାସ୍ତାରେ ହଜାର ହଜାର ଗାଡି ଠିଆ ହୋଇଛନ୍ତି । ଟ୍ରାଫିକ୍ ସମସ୍ୟା ହଟିବା ପାଇଁ ସମୟ ଲାଗିବ । ହାଇଦ୍ରାବାଦର ସାମସାବାଦ ସ୍ଥିତ ଏୟାରପୋର୍ଟ-ଆଡମଗଡ଼ ରାସ୍ତା ବେଶି ପ୍ରଭାବିତ ହୋଇଛି । ସାମସାବାଦରୁ ପ୍ରାୟ ୧୦ କି.ମି ଆଗରେ ଗଗନପାହାଡ଼ ନିକଟରେ ବ୍ରିଜ୍ ଭାଙ୍ଗି ରାସ୍ତାକୁ ଅବରୋଧ କରିଛି । ତେଲେଙ୍ଗାନା ସରକାର ଯୁଦ୍ଧକାଳୀନ ଭିତିରେ ପରିସ୍ଥିତିର ମୁକାବିଲା କରୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close