ଯାଜପୁରରେ ମା’ ବିରଜାଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ
ଯାଜପୁର, ୧୫ା୧୦: ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡିଶାଙ୍କ ତା୦୮ା୧୦ା୨୦୨୦ ରିଖର ଆଦେଶ ଏବଂ ତା ୧୨ା୧୦ା୨୦୨୦ ରିଖରେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ନିଷ୍ପତି ଅନୁସାରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରର ଚତୁଃପାଶ୍ୱର୍ରେ ତା ୧୭ା୧୦ା୨୦୨୦ରିଖ ଠାରୁ ତା୨୪ା୧୦ା୨୦୨୦ରିଖ ପର୍ଯ୍ୟନ୍ତ ମା’ ବିରଜାଙ୍କ ଦୁର୍ଗୋତ୍ସବ ଓ ରଥଯାତ୍ରା ପାଇଁ ୧୪୪ ଧାରା ବଳବତର ରହିବ । ତେବେ ମନ୍ଦିରର ପଶ୍ଚିମ ପାର୍ଶ୍ୱ ଯାଜପୁର-ସିଂହପୁର ରାସ୍ତାରେ ତା ୧୭ା୧୦ା୨୦୨୦ରିଖ ଠାରୁ ତା ୨୪ା୧୦ା୨୦୨୦ରିଖ ପର୍ଯ୍ୟନ୍ତ କେବଳ ଅପରାହ୍ନ ଘ.୩.୩୦ମିନିଟ୍ ଠାରୁ ସଂଧ୍ୟା ଘ. ୬.୩୦ ମିନିଟ୍ ପର୍ଯ୍ୟନ୍ତ ରଥଟଣା ପାଇଁ ୧୪୪ ଧାରା ବଳବତର ରହିବ । ଏହି ଅଂଚଳ ମଧ୍ୟରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ । କିନ୍ତୁ ମେଡିସିନ ଓ ପାଥୋଲାବ ଦୋକାନ ଅନ୍ୟ ସମୟରେ ଖୋଲା ରହିବା ବେଳେ କେବଳ ଅପରାହ୍ନ ଘ. ୩.୩୦ ମିନିଟ୍ରୁ ସଂଧ୍ୟା ଘ. ୬.୩୦ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିବ ।
ଋଥଟଣା ସମୟରେ ଅଠରନଳା ଠାରୁ ଜାଉଁଳିବନ୍ଧ ରାସ୍ତା, ବିରଜା ମନ୍ଦିର ଠାରୁ ବିରଜା ହାଇସ୍କୁଲ ଚ୍ଥକ ରାସ୍ତାରେ ଅକ୍ଟୋବର ୧୭ରୁ ୨୪ ତାରିଖ ଅପରାହ୍ନ ଘ.୩.୩୦ ମିନିଟ୍ରୁ ସଂଧ୍ୟା ଘ. ୬.୩୦ ମିନିଟ୍ ପର୍ଯ୍ୟନ୍ତ ରଥଟଣା ପାଇଁ ଚଳାଚଳ ବନ୍ଦ ରହିବ ଓ କୈାଣସି ଗାଡି ମଟର ଏହି ରାସ୍ତାରେ ଏହି ସମୟରେ ନିଷିଦ୍ଧ କରାଗଲା । ତେବେ ଅଠରନଳା ଚ୍ଥକ ଠାରୁ ଜାଉଁଳି ବନ୍ଧ ପର୍ଯ୍ୟନ୍ତ କେନାଲ ରାସ୍ତାରେ ଯାତାୟତ ଓ ଗାଡି ଚଳାଚଳ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଲାଖବିନ୍ଧା ପର୍ବ ଓ ମା’ ବିରଜାଙ୍କ ବିଭାନ ଶୋଭାଯାତ୍ରା ପାଇଁ ତା୨୪ା୧୦ା୨୦୨୦ରିଖ ରାତ୍ର ୧୧ ଘଟିକାରୁ ତା ୨୫ା୧୦ା୨୦୨୦ ରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ଲାଖବିନ୍ଧା ପଡିଆ, ବିରଜା ମନ୍ଦିର ଠାରୁ ଲାଖବିନ୍ଧା ପଡିଆ ଏବଂ ବିରଜା ମନ୍ଦିର ଭାୟା-ନହରପଦା ଦେଇ ପେଂରିବା ରାସ୍ତାକୁ ୧୪୪ ଧାରା ଜାରି କରାଯିବା ସହ ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧ ଘୋଷଣା କରାଗଲା ବୋଲି ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ନାରାୟଣ ଚନ୍ଦ୍ର ଧଳ ଆଦେଶ କରିଚ୍ଥନ୍ତି । ଅପର ପକ୍ଷରେ କେବଳ ଦାୟିତ୍ୱ ନିର୍ବାହ ପାଇଁ ନିୟୋଜିତ ଥିବା ସେବାୟତ, ଅଧିକାରୀ, କର୍ମଚାରୀଙ୍କ ବ୍ୟତୀତ କୈାଣସି ସାଧାରଣ ଲୋକ, ଭକ୍ତ ବା ବ୍ୟକ୍ତି ବିଶେଷଙ୍କୁ ମନ୍ଦିର ପରିସରକୁ ବାରଣ କରାଯାଇଚ୍ଥି । ଏହି ଆଦେଶ ତା୧୭ା୧୦ା୨୦୨୦ରିଖ ଠାରୁ ୨୫ା୧୦ା୨୦୨୦ରିଖ ପୂର୍ବାହ୍ନ ୭ ଘଟିକା ପର୍ଯ୍ୟନ୍ତ ବଳବତର ରହିବ ବୋଲି ଉପଜିଲ୍ଲାପାଳ ସ୍ପଷ୍ଟ କରିଦେଇଚ୍ଥନ୍ତି ।
ଏହାର ଉଲଙ୍ଘନ କ୍ଷେତ୍ରରେ ଭାରତୀୟ ପିଙ୍ଗଳକୋଡ ଧାରା ୧୮୮ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଧଳ ସତର୍କ କରାଇ ଦେଇଚ୍ଥନ୍ତି । ଅପର ପକ୍ଷରେ ରଥଯାତ୍ରା ଓ ମା’ଙ୍କ ଶାରଦୀୟ ପୂଜା ଉତ୍ସବ ପାଇଁ ପ୍ରସ୍ତୁତିକୁ ଚୁଡାନ୍ତ କରାଯାଇଚ୍ଥି ।