ଆକର୍ଷିତ କରୁଛି ବଡ଼ଚଣା ମଝିପଡ଼ାର ଗ୍ରାମ୍ୟ ପାର୍କ

ଯାଜପୁର, ୧୩/୧୦: ପ୍ରତ୍ୟେକ ଗ୍ରାମମାନଙ୍କରେ ଗୋଟିଏ ଗୋଟିଏ ପାର୍କ କରିବା ଦ୍ୱାରା ଲୋକମାନେ ପରିବେଶର ସୁରକ୍ଷା ପ୍ରତି ଯତ୍ନବାନ ହେବା ସହ ଗ୍ରାମରେ ସହରାଂଚଳ ଭଳି ପାର୍କର ସୁବିଧା ଓ ସୈାନ୍ଧର୍ଯ୍ୟ ପାଇପାରିବେ । ଏହି ଲକ୍ଷ୍ୟରେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ବିଭିନ୍ନ ପଂଚାୟତରେ ଆରମ୍ଭ ହୋଇଛି ଗ୍ରାମ୍ୟ ପାର୍କ ଯୋଜନା । ସୂଚନାଯୋଗ୍ୟ, ଏହି ଧାରାରେ ବଡ଼ଚଣା ବ୍ଲକର ମଝିପଡ଼ା ପଂଚାୟତ ଠାରେ ଏକ ମନୋରମ ଗ୍ରାମ୍ୟ ବଗିଚା (ପାର୍କ) ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଅର୍ଥ ଆୟୋଗ ଓ ପୁଞ୍ଜି ଅର୍ଥ ଆୟୋଗଙ୍କ ଅନୁଦାନର ସମିଶ୍ରଣରେ ଏହି ପାର୍କ ତିଆରି ହୋଇଛି । ଜିଲ୍ଲାପାଳ ଚଳ୍ରବର୍ତୀ ସିଂହ ରାଠୋରଙ୍କ ପରାମର୍ଶ ଓ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱ୍ୱାବଧାନରେ ଏହି ପାର୍କଟିର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଳିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇଛି । ବଡ଼ଚଣା ବି.ଡି.ଓ ଅଜିତ୍ ନାରାୟଣ ଗିରି, ସ୍ଥାନୀୟ ସରପଂଚ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି ବୋଲି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ କହିବା ସହ ପ୍ରକଳ୍ପର ସପଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close