ବନ୍ତ ଛକ ପରିବର୍ତ୍ତେ ଏଲ.ଆଇ.ସି ଛକ ଘୋଷଣା କରିବାକୁ ଅଭିକର୍ତା ସଂଘର ପ୍ରତିଷ୍ଠା ଦିବସରେ ଦାବୀ

ଭଦ୍ରଖ, ୫/୧୦(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଭଦ୍ରଖ-ଆନନ୍ଦପୁର ଓ ଭଦ୍ରଖ-ଆଗରପଡ଼ା ରାସ୍ତା ଦ୍ୱୟର ସଂଯୋଗ ସ୍ଥଳୀ ତଥା ଭଦ୍ରଖ ସହରର ପ୍ରମୁଖ ଛକ ବନ୍ତ ଛକର ନାମକୁ ପରିବର୍ତନ କରାଯାଇ ‘ଏଲ.ଆଇ.ସି ଛକ’ ରଖିବାକୁ ଭଦ୍ରଖ ଶାଖା ଏଲ.ଆଇ.ସିର ଅଭିକର୍ତା ସଂଘର ୫୬ତମ ପ୍ରତିଷ୍ଠା ଦିବସ ଓ ୧୫୧ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଦାବୀ ହୋଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ କୋଭିଡ଼ କଟକଣା ପାଇଁ ଆୟୋଜକଙ୍କ ପକ୍ଷରୁ ପ୍ରତିଷ୍ଠା ଉତ୍ସବକୁ ନିରାଡମ୍ବର ଭାବେ ଓ ଅଳ୍ପ ସଂଖ୍ୟକ ଅଭିକର୍ତାମାନଙ୍କୁ ନେଇ ଶୁକ୍ରବାର ପାଳିତ ହୋଇଥିଲା । ପ୍ରଥମେ ମହତାବ କୋଠି ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଂଘ କାର୍ଯ୍ୟାଳୟରେ ପହଞ୍ଚି ଉତ୍ସବ ପାଳନ କରିଥିଲେ । ବରିଷ୍ଠ ସଭ୍ୟ ତଥା ମହାସଂଘର ଭଦ୍ରଖ ଶାଖା ସଭାପତି ସନାତନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ନିକଟରେ ଦେହାନ୍ତ ଘଟିଥିବା ଏଲ.ଆଇ.ସିର ବିକାଶ ଅଧିକାରୀ ଓ ଅଭିକର୍ତାମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ କଟକ ମଣ୍ଡଳ ଉପ-ସଭାପତି ଅମୂଲ୍ୟ କୁମାର ରାଉତ ଅଭିକର୍ତାମାନଙ୍କ ଗାଡି ପାର୍କିଂ ପାଇଁ ସ୍ଥାନ ନିରୂପଣ, ସହରର ପେଣ୍ଠ ସ୍ଥଳ ବନ୍ତ ଛକକୁ ଏଲ.ଆଇ.ସି ଛକ ରୂପେ ଘୋଷଣା କରିବାକୁ ଦାବୀ ଉପସ୍ଥାପନ କରିଥିଲେ । କଟକ ମଣ୍ଡଳ ପରିଷଦ ସଭ୍ୟ ଗୋବର୍ଦ୍ଧନ ପଣ୍ଡା ଏଥିରେ ଯୋଗ ଦେଇ ମହାମାରୀ କରୋନା ଯୋଗୁଁ ଉପୁଜିଥିବା ବିଭିନ୍ନ ସମସ୍ୟା ସଂର୍ପକରେ ଆଲୋଚନା କରିବା ସହ ଅଭିକର୍ତାମାନଙ୍କ ବିଭିନ୍ନ ସମସ୍ୟା ଉପରେ ମହାସଂଘ ଅବଗତ ରହିଛି ବୋଲି ସୂଚାଇଥିଲେ । ‘ମେଡି କ୍ଲେମ୍‌’ ଦ୍ୱାରା ‘କ୍ୟାସ ଲେସ୍‌’ ସୁବିଧା ନେବା ସହ କରୋନା ବିପତିର ମୁକାବିଲା ପାଇଁ ଶାଖାର ସଂପାଦକ ରବିନାରାୟଣ ସାହୁ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ-ସଭାପତି ଶଶିକାନ୍ତ ପଣ୍ଡା, କୋଷାଧ୍ୟକ୍ଷ କାର୍ତିକ ପାଣିଗ୍ରାହୀ, ରାମଚନ୍ଦ୍ର ଗୁପ୍ତା, ଅଭିମନ୍ୟୁ ପଣ୍ଡା, ଆରତୀ ମହାନ୍ତି, ନାରାୟଣ ଚନ୍ଦ୍ର ବେହେରା, ଜିତେନ୍ଦ୍ର ଶର୍ମା, ଅନୀଲ ଶାହା, ମନୋରଂଜନ ବେହେରା, ଦିପଙ୍କ ପଣ୍ଡାଙ୍କ ସମେତ କେତେକ ଅଭିକର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହାଛଡ଼ା କୋଭିଡ଼ କଟକଣା ଉଠିବା ପରେ ଅଭିକର୍ତା ସଂଘ ପକ୍ଷରୁ ପୂର୍ବବତ୍ ସମସ୍ତ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସୂଚନା ଦିଆଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close