ବ୍ରାହ୍ମଣୀପାଳ ରେଳବାଇ ଲେବଲକ୍ରସିଂର ଉଭୟ ପାଶ୍ୱର୍ର ଆପ୍ରୋଚ୍ ରୋଡ ମରଣଯନ୍ତା

ବ୍ରାହ୍ମଣୀପାଳ, ୨୮/୯(ଦୀପକ ରଂଜନ ପାଣୀଗ୍ରାହୀଙ୍କ ଠାରୁ): କେଉଁଝର ଜିଲ୍ଲାର ବ୍ରାହ୍ମଣୀପାଳ ଠାରେ ଥିବା ରେଳବାଇ ଲେବଲକ୍ରସିଂକୁ ସଂଯୋଗ କରୁଥିବା ୦୨ ପାଶ୍ୱର୍ର ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଏଠାରୁ ଖଣି ସମୃଦ୍ଧ କେଉଁଝର ଜିଲ୍ଲାର ହରିଚନ୍ଦନପୁର, କେଉଁଝର, ଯୋଡା, ବାଂଶପାଣି, ବଡ଼ବିଲ, ଚମ୍ପୁଆ, ବଲାଣୀ, ସୁନ୍ଦରଗଡ଼ର କୋଇଡ଼ା, ଯାଜପୁରର ସୁକିନ୍ଦା ଖଣି ଉପତ୍ୟକା ଓ କଳିଙ୍ଗନଗର ଶିଳ୍ପାଂଚଳ ଆଦି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟବସାୟିକ ସ୍ଥାନକୁ ଦୈନିକ ଗମନାଗମନ ରହିଛି । ବହୁ ଦିନ ଧରି ଏଠାରେ ରାସ୍ତା ଖରାପ ଥିଲେ ମଧ୍ୟ କାହାର ନଜର ଏଠାରେ ପଡ଼ିବା ଭଳି ମନେହୁଏ ନାହିଁ । ଦୈନିକ ଶହ ଶହ ଗାଡି ଏହି ବାଟେ କଷ୍ଟରେ ଯାଉଥିବାର ପରିଲକ୍ଷିତ ହୁଏ । ଅସରାଏ ବର୍ଷା ହେଲେ ରାସ୍ତାରେ ଥିବା ଖାଲ ଖମାଗୁଡିକରେ ପାଣି ଜମି ରହି ପଥଚାରୀ, ବାଇକ ଆରୋହୀ ଓ ଗାଡିଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଆସୁଛି । ଦୀର୍ଘ ଦିନ ହେଲା ଏହି ସମସ୍ୟା ପ୍ରତି ଧ୍ୟାନ ନ ଦିଆଯିବା କାରଣରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି । ହେଲେ ରେଳବାଇ ବିଭାଗ ଏଥିପ୍ରତି କୈାଣସି ଧ୍ୟାନ ନ ଦେବା ଦୁର୍ଭାଗ୍ୟଜନକ! ପଥଚାରୀ ଓ ଗାଡିଚାଳକଙ୍କ ଦୀର୍ଘ ଦିନର ଏହି ସମସ୍ୟା ପ୍ରତି ରେଳବାଇ ବିଭାଗର ଡିଭିଜିନାଲ ଯନ୍ତ୍ରୀ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close