ବ୍ୟାସନଗରରେ ଏସ.ବି.ଆଇ ଏ.ଟି.ଏମରେ ଅବ୍ୟବସ୍ଥା

ବ୍ୟାସନଗର, ୨୩/୯: କୁହାଯାଏ ଭାରତର ଇସ୍ପାତ ରାଜଧାନୀ କଳିଙ୍ଗନଗରର ମୁଖଶାଳା ହେଉଛି ପୁରୁଣା ଡୋଲିପୁର, କିଛି ଦିନ ତଳର ଯାଜପୁରରୋଡ ଓ ଏବେକାର ବ୍ୟାସନଗର ପୈାର ପରିଷଦ ଅଂଚଳ । ଏହି ସହରରେ ପ୍ରାୟ ସମସ୍ତ ବ୍ୟାଙ୍କଗୁଡିକରେ ଖାତାଧିକାରୀଙ୍କ ସଂଖ୍ୟା ଯେମିତି ଅଧିକ; କାରବାର ମଧ୍ୟ ସେମିତି ବ୍ୟାପକ । କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁଯାୟୀ କେତେକ ବ୍ୟାଙ୍କଗୁଡିକର ମିଶ୍ରଣ ଅନ୍ୟ ବ୍ୟାଙ୍କ ସହ ହୋଇଛି, ହେଲେ କେତେକ ବ୍ୟାଙ୍କରେ ସେବାରେ ସେପରି କୈାଣସି ଆଖିଦୃଶିଆ ଉନ୍ନତି ହେବା ଭଳି ଲାଗୁ ନାହିଁ । ଓଲଟା କରୋନା ଭଳି ବିଶ୍ୱ ମହାମାରୀ ସମୟରେ ଯେତେବେଳେ ଅଧିକାଂଶ ଲୋକେ ଏବେ ବଡ ଅଭାବ ଅନଟନ ମଧ୍ୟ ଦେଇ ଗତି କରୁଛନ୍ତି ସେତେବେଳେ ବ୍ୟାଙ୍କର କାରବାର ହିଁ ଲୋକଙ୍କ ମନୋବଳକୁ କେତେକାଂଶରେ ଉଚ୍ଚା ରଖିଛି । ହେଲେ ଏହି ସହରର ପ୍ରଥମେ କାନରା ବ୍ୟାଙ୍କ ଶାଖାରେ କରୋନା ପ୍ରବେଶ କଲା ପରେ ବହୁ ବ୍ୟାଙ୍କରେ ଏହା ପରେ ପରେ ପ୍ରବେଶ କରିବାରୁ ବ୍ୟାଙ୍କର ଅଧିକାଂଶ ଅଧିକାରୀ ଓ କର୍ମଚାରୀମାନେ ଏବେ ପ୍ରାୟ ଆଶଙ୍କା ମଧ୍ୟରେ କାର୍ଯ୍ୟରତ ଥିବାର ଦେଖାଯାଉଛି । ଲୋକେ ଏବେ ନିଜର ଦୈନନ୍ଦିନ ଆବଶ୍ୟକତା ମେଂଟାଇବା ପାଇଁ ଓ ବ୍ୟାଙ୍କ ମଧ୍ୟରେ କାରବାରର ସମୟ କମିଯାଇଥିବାରୁ ବେଶି ଏ.ଟି.ଏମ ଉପରେ ନିର୍ଭରଶୀଳ ଅଛନ୍ତି ଓ ବେଶି ଗ୍ରାହକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଟନ୍ତି । ଏହାଛଡ଼ା ଅନ୍ୟ ବ୍ୟାଙ୍କର ବହୁ ଗ୍ରାହକ ବେଶି ସମୟରେ ଷ୍ଟେଟ୍ ବ୍ୟାଙ୍କର ଏ.ଟି.ଏମକୁ ଯାଇଥାନ୍ତି । ହେଲେ ସହରର କେତେକ ଏସ.ବି.ଆଇ ଏଟିଏମରେ ଅଚଳାବସ୍ଥା ଦେଖାଦେଉଥିବାରୁ ଏ.ଟି.ଏମ ଧାରୀମାନେ  ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅଧିକାଂଶ ବେଳେ ଏ.ଟି.ଏମ ଅଫଲାଇନ ମୋଡରେ ରହୁଛି ଓ ଟଙ୍କା ଉଠାଇବା ସମ୍ଭବ ହେଉନାହିଁ । ବହୁ ସମୟରେ ଏ.ଟି.ଏମ ମେସିନ ଅଚଳ ଅବସ୍ଥାରେ ରହୁଛି । ଅଧିକାଂଶ ବେଳେ ଏ.ଟି.ଏମରେ ଟଙ୍କା ବି ରହୁନି । କେଉଁ ଏ.ଟି.ଏମରେ ଟଙ୍କା ମିଳିବ ତାହା ପାଇବା ପାଇଁ ଗ୍ରାହକମାନେ ଏପଟ ସେପଟ ଧାଁ ଧଉଡ କରିଥାନ୍ତି । ଏ.ଟି.ଏମ ଘରେ ଏ.ସି ଲାଗିଛି ହେଲେ ଅଧିକାଂଶ ବେଳେ ତାହା ଅଚଳ । ଏଗୁଡିକ ଶୋ’ ପାଇଁ ଲାଗିଥିବାର ମନେହୁଏ । ଯଦି ଏସ.ବି.ଆଇର ଏ.ଟି.ଏମମାନଙ୍କରେ ଏପରି ଅବ୍ୟବସ୍ଥା ଦେଖାଦେବ ତେବେ ଅନ୍ୟ ବ୍ୟାଙ୍କ ଏ.ଟି.ଏମଗୁଡିକର ଅବସ୍ଥା କ’ଣ ହୋଇଥିବ ଏଥିରୁ ତାହା ସହଜରେ ଅନୁମେୟ । ଏସ.ବି.ଆଇ କର୍ତୃପକ୍ଷ ଏହା ଉପରେ ଧ୍ୟାନ ଦେବେ ବୋଲି ଆଶା କରାଯାଏ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close