ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପତ୍ନୀଙ୍କ ବିୟୋଗ

କୁଆଖିଆ, ୧୭/୦୯(ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ନରେଶ ଚନ୍ଦ୍ର ମହାନ୍ତିଙ୍କ ପତ୍ନୀ ଛବି ମହାନ୍ତିଙ୍କ ଆଜି ପରଲୋକ ଘଟିଛି । ସେ ପ୍ରାୟ ୧ ସପ୍ତାହ ତଳେ କରୋନା ସଂକ୍ରମିତ ହୋଇ କଳିଙ୍ଗନଗର ଶିଳ୍ପାଂଚଳ ସ୍ଥିତ ‘ଟାଟା ମେଡିକା’ରେ ଚିକିତ୍ସିତ ହେଉଥିଲେ । ହେଲେ ଆଜି ତାଙ୍କର ପରଲୋକ ଘଟିଛି । ଶ୍ରୀମତୀ ମହାନ୍ତି ଦକ୍ଷତାର ସହ ଜଣେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରି ୩-୪ବର୍ଷ ତଳେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ସେ ଅଧିକ ସମୟ ମଧୁବନହାଟ ମେଡିକାଲରେ କାର୍ଯ୍ୟ କରି ବହୁ ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ । ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବିଶେଷକରି କୁଆଖିଆ, ରସୁଲପୁର, ଧର୍ମଶାଳା ଆଦି ଅଂଚଳରେ ଶୋକର ଲହରୀ ଖେଳିଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close